Spread the love

ଭୁବନେଶ୍ବର: ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା କ୍ରିଷ୍ଣାମୂର୍ତ୍ତୀ ଗୁରୁବାର ବିଜୁବାବୁଙ୍କ ଡାକୋଟା ଦେଖି ଭାବବିହ୍ବଳ ହୋଇଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ପ୍ରଦର୍ଶିତ ଡାକୋଟାକୁ ଦେଖିବା ପାଇଁ ସେ ଆସିଥିଲେ। ଇଣ୍ଡୋନେସିଆ ନାଗରିକ ଭାବେ ଡାକୋଟାକୁ ଦେଖିବା ତାଙ୍କ ପାଇଁ ଭାଗ୍ୟର କଥା ବୋଲି ସେ କହିଛନ୍ତି। ଡାକୋଟା ଦେଖି ମୋ ଆଖିର ଲୁହ ବୋଲ ମାନୁନି ବୋଲି ସେ କହିଛନ୍ତି। ଏହି ଅବସରରେ ସେ ସାହାସୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେ ପକାଇଥିଲେ।
କଳିଙ୍ଗ-ବାଲି ସମ୍ପର୍କର ମୁକ ସାକ୍ଷୀ ଥିବା ନେଇ କ୍ରିଷ୍ଣାମୂର୍ତ୍ତୀ କହିଛନ୍ତି, ଓଡ଼ିଶା ସହ ବାଲିର ଶହ ଶହ ବର୍ଷର ସମ୍ପର୍କ ରହିଛି। ଏହି ସମ୍ପର୍କକୁ ସୁଦୃଢ କରିବା ପାଇଁ ଆସନ୍ତା ବର୍ଷ କଟକ ବାଲି ଯାତ୍ରାରେ ଇଣ୍ଡୋନେସିଆ ସକ୍ରିୟ ଭାବେ ସାମିଲ ହେବ। ଓଡ଼ିଶାଠାରୁ ଅନେକ କିଛି ଶିଖିବାର ଅଛି। ରାଜ୍ୟ ସରକାର ପ୍ରାକୃତିକ ଦୁର୍ବିପାକର ମୁକାବିଲାରେ ଭଲ ପ୍ରଦର୍ଶନ କରିଛି। ଇଣ୍ଡୋନେସିଆ ରାଷ୍ଟ୍ରଦୂତ କ୍ରିଷ୍ଣାମୂର୍ତ୍ତୀଙ୍କ ଏହି ଗସ୍ତ ସମୟରେ ସାଥିରେ ଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ସଚିବ ଉଷା ପାଢୀ।

Leave a Reply

Your email address will not be published. Required fields are marked *