Spread the love

ଭୁବନେଶ୍ବର : ଆଗାମୀ ୫ ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗତକାଲି ରିପୋର୍ଟ ଅନୁସାରେ କୋରାପୁଟ, ଗଜପତିରେ ଅଧିକ ବର୍ଷା ହୋଇଛି। ୧୪ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କେଉଁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି। ଅନ୍ୟ ୬ ଜିଲ୍ଲାକୁ ମଧ୍ୟ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। କନ୍ଧମାଳ, ଗଞ୍ଜାମ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି। ୨୭ ତାରିଖ ପାଇଁ ୧୯ ଜିଲାରେ ବର୍ଷା ହୋଇପାରେ। ପୁରୀ, କନ୍ଧମାଳ, ଗଞ୍ଜାମ, ରାୟଗଡା, ନୟାଗଡ଼ ଭଳି ଜିଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୫ ଦିନ ଧରି କାଳ ବୈଶାଖୀ ପ୍ରଭାବ ରହିଥିଲା। କେତେକ ସ୍ଥାନରେ ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିଥିଲା। ଏମିତିକି କୁଆପଥର ବର୍ଷା ମଧ୍ୟ ହୋଇଛି। ଏହିଭଳି ପାଣିପାଗ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଆଜି ମଧ୍ୟ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ରହିବ। ବର୍ଷା ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବ।
ତାପମାତ୍ରାରେ ବିଶେଷ ପରିଵର୍ତନ ହେବ ନାହିଁ। ଗୁରୁଚାପ ବଳୟ ବଙ୍ଗୋପସାଗର ଆଖ ପାଖ ଅଞ୍ଚଳରେ ସକ୍ରିୟ ରହିଛି।  ଯାହାକି ପର୍ଯ୍ୟାପ୍ତ ମାତ୍ରାରେ ଜଲୀୟବାଷ୍ପ ଓଡିଶା ମଧ୍ୟକୁ ପ୍ରବେଶ କରିବାରେ ସହାୟକ ହେଉଛି। ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ପରିଲକ୍ଷିତ ହୋଇଛି। ଟୁଇନ ସିଟିରେ ଖରା ଯଦିଓ ରହୁଛି କିନ୍ତୁ ପ୍ରଭାବ ବିଶେଷ ନାହିଁ।

ମେ ମାସରେ ବାତ୍ୟାର କାରଣ ଦୁଇଟି ରହିଛି। ପ୍ରାକ ମୌସୁମୀ, ଏବଂ ପୋଷ୍ଟ ମୌସୁମୀ। ମୌସୁମୀ ପୂର୍ବ ସମୟ ଯାହାକୁ ଏପ୍ରିଲ, ମେ, ଜୁନ ସମୟରେ ବାୟୁମଣ୍ଡଳର ତଳ ଓ ଉପରିଭାଗର ବିଶେଷ ତାରତମ୍ୟ ନଥାଏ। ତେଣୁ ତାକୁ ଶକ୍ତିଶାଳୀ ହେବା ପାଇଁ ପାଣିପାଗ ସାହାଯ୍ୟ କରିଥାଏ। ମୌସୁମୀ ପୂର୍ବବର୍ତୀ ଋତୁରେ ସମସ୍ତ ସମୁଦ୍ର ଗୁଡିକ ଧୀରେ ଧୀରେ ଉତ୍ତପ୍ତ ହେବାରେ ଲାଗିଛି। ତାର ପୃଷ୍ଠ ତାପମାତ୍ରା ବୃଦ୍ଧି ପାଉଛି। ଯାହାକି ବାତ୍ୟା ସୃଷ୍ଟି ହେବାରେ ସହାୟକ ହେଉଛି।

Leave a Reply

Your email address will not be published. Required fields are marked *