Spread the love

ଲକ୍ଷ୍ନୌ: ମଙ୍ଗଳବାର ୟୁପିରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଏବେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୪ପ୍ରତିଶତ ମାର୍କ ପାଇଥିବା ଜଣେ ଛାତ୍ରୀଙ୍କୁ ଫେଲ୍ କରାଯାଇଛି। ପ୍ରାକ୍ଟିକାଲରେ, ଛାତ୍ରୀଙ୍କୁ ୩୦ ପରିବର୍ତ୍ତେ ୩ମାର୍କ ଦିଆଯାଇଥିବାରୁ ସେ ଫେଲ୍ ହୋଇଛନ୍ତି। ଏହି କାରଣରୁ ଛାତ୍ରୀ ମାନସିକ ସ୍ତରରେ ଭାଙ୍ଗିପଡ଼ିବା ସହ ତାଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ କରିବାକୁ ଦାବି କରିଛନ୍ତି।
ଏ ବାବଦରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମହେନ୍ଦ୍ର ଦେବ କହିଛନ୍ତି ଯେ ଟାଇପିଂ ତ୍ରୁଟି ହେତୁ ଏହା ଘଟିଛି। ଏହାର ସଂଶୋଧନ କରାଯିବା ପରେ ଛାତ୍ରୀ ପୁନର୍ବାର ଫଳାଫଳ ପାଇବେ। ପରିବର୍ତ୍ତିତ ମାର୍କ ଆଧାରରେ ଛାତ୍ରୀଙ୍କ ଫଳାଫଳ ପୁଣି ପ୍ରସ୍ତୁତ ହେବ।

ତେବେ ଯେଉଁ ଛାତ୍ରୀଙ୍କ ସହ ଏହି ଘଟଣା ଘଟିଛି ସେ ହେଉଛନ୍ତି ଅମେଠିର ଭାବନା ବର୍ମା। ମିଳିଥିବା ସୂଚନା ମୁତାବକ, ଭାବନା ୯୪ପ୍ରତିଶତ ମାର୍କ ରଖିଥିବା ଦର୍ଶାଇ ବି ତାଙ୍କୁ ଫେଲ କରାଯାଇଛି। ଥିଓରୀରେ ସେ ୪୦୨ମାର୍କ ରଖିଥିବା ବେଳେ ପ୍ରାକ୍ଟିକାଲରେ ମୋଟ ୧୮୦ ମାର୍କ ରଖିଛନ୍ତି। ହେଲେ ୧୮୦ ସ୍ଥାନରେ ଭୁଲରେ ୧୮ମାର୍କ ମିଶାଯାଇ ସେ ଫେଲ୍ ବୋଲି ଲେଖାଯାଇଛି।

Leave a Reply

Your email address will not be published. Required fields are marked *