Spread the love

କେନ୍ଦ୍ରାପଡ଼ା : ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା। ଯାଞ୍ଚ ବେଳେ ଧରାପଡ଼ିବା ପରେ ଚାକିରିରୁ ବହିଷ୍କାର ହୋଇଛନ୍ତି ୩ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର। ଏନେଇ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠି ସୂଚନା ଦେଇଛନ୍ତି। ବହିଷ୍କୃତ ହୋଇଥିବା ୩ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ହେଲେ ପ୍ରସନ୍ନ ସେଠୀ,ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତି। ସମସ୍ତଙ୍କ ଘର ଭଦ୍ରକର ଅଞ୍ଚଳରେ।
ପ୍ରସନ୍ନ ସେଠୀ ୨୦୨୨ ମସିହା ସେପ୍ଟେମ୍ବର ୯ତାରିଖରୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳିବଣରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଯାଞ୍ଚ ବେଳେ ଧରାପଡ଼ିବା ପରେ ତାଙ୍କୁ ଏପ୍ରିଲ ୪ ତାରିଖରେ ଚାକିରିରୁ ବହିଷ୍କାର କରାଯାଇଛି।
ସେହିପରି ସୌମ୍ୟରଞ୍ଜନ ସେଠୀ ୨୦୨୨ରେ ମସିହାରେ ସେପ୍ଟେମ୍ବର ୯ତାରିଖରୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନରସିଂହପୁର ଡିହପଡ଼ାର ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ମଧ୍ୟ ଏପ୍ରିଲ ୪ ତାରିଖରେ ଚାକିରିରୁ ବହିଷ୍କାର କରାଯାଇଛି।
ମାମାଶ୍ରୀ ଭାରତି ୨୦୨୧ ମହିହାରେ ଜାନୁଆରୀ ୨୯ ତାରିଖରେ କୁଦାନଗରୀ ଥାନାର ଧାରିବିଲ ଅଞ୍ଚଳରେବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ଏପ୍ରିଲ୪ ତାରିଖରେ ଚାକିରିରୁ ବହିଷ୍କାର କରାଯାଇଛି। ସେ ଦୁଇବର୍ଷ ୪ମାସ ଚାକିରି କରିଥିଲେ।
ଏହି ୩ ଜଣ ଉତ୍ତର ପ୍ରଦେଶରୁ ଆଣିଥିବା ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିଲେ। ମାମଲା ପରଠାରୁ ତିନି ଜଣ ଫେରାର ଅଛନ୍ତି। ସେମାନଙ୍କ ନାଁରେ କେନ୍ଦ୍ରପଡ଼ା ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି। ଏବେ ଯାଞ୍ଚ ଚାଲିଛି। ଆଗକୁ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିପାରେ ବୋଲି କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ କହିଛନ୍ତି।
ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଖବର ପ୍ରସାରଣ ହେବା ପରେ ମୁଁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲି। ୨୦୧୮ ମସିହାରୁ ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କର ଯାଞ୍ଚ ହୋଇଥିଲା। ଏବେବି ଯାଞ୍ଚ ଚାଲିଛି। ଆଗକୁ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିପାରେ ବୋଲି କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *