Spread the love

ଭୁବନେଶ୍ବର : ଓଡ଼ିଶାରେ ମେଟ୍ରୋ ରେଲ୍‌ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋକୁ ଡିପିଆର ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଏହି ଡିପିଆର ପ୍ରସ୍ତୁତ କରିବ। ପ୍ରାଥମିକ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଡିପିଆର ପ୍ରସ୍ତୁତ ହେବ। ମେଟ୍ରୋ ଅପରେସନ ପ୍ଲାନ, ସିଗନାଲ, ଟେଲି ଯୋଗାଯୋଗ, ବିଦ୍ୟୁତ ଶକ୍ତି ଯୋଗାଣ ଆଦି ଦିଗକୁ ନେଇ ଡିପିଆର ପ୍ରସ୍ତୁତ ହେବ। ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର, ଜୟଦେବବିହାର, ଚନ୍ଦ୍ରଶେଖରପୁର, ପଟିଆ, ରଘୁନାଥପୁର, ନନ୍ଦନକାନନ ଦେଇ ତ୍ରିଶୁଳିଆ ଯାଏଁ ଯିବ। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ଅନ୍ୟ ଦିଗକୁ ନେଇ ଆଲୋଚନା ହୋଇଛି।
ମେଟ୍ରୋ ପ୍ରକଳ୍ପ ନିର୍ମାଣ ଓଡ଼ିଶା ରେଲ ଇନଫ୍ରାଷ୍ଟକଚର ଡେଭଲପମେଣ୍ଟ ଲିମିଟେଡର ତତ୍ତ୍ୱାବଧାନରେ ହେବ। ମେଟ୍ରୋ ଟ୍ରେନ୍‌ ଚଳାଚଳ ନେଇ ସହରାଞ୍ଚଳ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ଉନ୍ନୟନ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ନଗର ଯୋଜନା, କାର୍ଯ୍ୟ ଏବଂ ପରିଚାଳନା ସହିତ ଜଡିତ ପ୍ରାୟ ସମସ୍ତ ଲାଇନ୍‌ ବିଭାଗର ଅଧିକାରୀମାନେ ବାଣିଜ୍ୟ ଏବଂ ପରିବହନ ବିଭାଗ, ୱାଟକୋ, ରାଜସ୍ୱ ଏବଂ ବିପର୍ଯ୍ୟୟ ରିଚାଳନା, ସାଧାରଣ ପ୍ରଶାସନ, ବିଏସଏନଏଲ, ଶକ୍ତି, GAIL, ପୂର୍ତ୍ତ ବିଭାଗର କର୍ମକର୍ତ୍ତା ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *