Spread the love

ଭୁବନେଶ୍ବର: ବିଜେଡିକୁ ମିଳିଥିବା ଚାନ୍ଦାକୁ ନେଇ ଶାସକ ଦଳକୁ ବିରୋଧୀ ବିଜେପି ଓ କଂଗ୍ରେସ ଘେରିଛନ୍ତି। ଏହାର ଜବାବ ରଖିଛି ବିଜେଡି।
ଏନେଇ ବିଜେପି ବିଧାୟକ ବୁଧାନ ମୁର୍ମୁ ଅଭିଯୋଗ କରିଛନ୍ତି ଯେ, ବିଜେଡି ପାଖରେ ବହୁତ ଟଙ୍କା ଅଛି। ଯେହେତୁ ପ୍ରକୃତ ଉତ୍ସରୁ ଏହି ଟଙ୍କା ଆସିନି ଆଉ ଏହା ଠିକ୍ ଅର୍ଥ ନୁହେଁ ସେଥିପାଇଁ ବିଜେଡି କେତେ ଟଙ୍କା ଚାନ୍ଦା ପାଇଛି ତାକୁ ଲୁଚାଉଛି। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଜେଡି ପାଇଥିବା ଚାନ୍ଦାର ତଥ୍ୟ ନ ଦର୍ଶାଇବା ଅର୍ଥ ତାହା କଳା ଧନ।
ସେପଟେ ବିଜେଡି ବିଧାୟକ ପର୍ଶୁରାମ ଧଡା ଏହାର ଜବାବରେ କହିଛନ୍ତି, ବିରୋଧୀ ଚିରାଚରିତ ଭାବେ ଏମିତି ଅଭିଯୋଗ ଆଣିଛନ୍ତି, ଏହା କିଛି ନୂଆ ନୁହେଁ। ଏବେ ଯଦି ତଥ୍ୟ ଦିଆ ହୋଇନି, ତେବେ ଆଗକୁ ଦିଆଯିବ।
ଏଡିଆର୍ ରିପୋର୍ଟ ଅନୁୟାୟୀ ବିଆରଏସକୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୪୦.୯୦ କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ, ଆମ୍ ଆଦମୀ ପାର୍ଟିକୁ ୩୮.୨୪ କୋଟି ଟଙ୍କା ଅନୁଦାନ ମିଳିଛି । ସେହିପରି ଜେଡିୟୁକୁ ୩୩.୨୫ କୋଟି, ସମାଜବାଦୀ ପାର୍ଟିକୁ ୨୯.୭୯ କୋଟି ଏବଂ ୱାଇଏସଆର କଂଗ୍ରେସକୁ ୨୦ କୋଟି ଟଙ୍କା ଅନୁଦାନ ଆକାରରେ ମିଳିଛି। ତେବେ ଆଞ୍ଚଳିକ ଦଳ ହେଲେ ବି ଦଳକୁ ମିଳିଥିବା ଅନୁଦାନ ଅର୍ଥ ନେଇ କୌଣସି ତଥ୍ୟ ଦେଇନି ବିଜେଡି। ଏଡିଆର ରିପୋର୍ଟ ଅନୁଯାୟୀ ବିଜେଡିକୁ ୨୦୨୧-୨୨ ବର୍ଷରେ କୌଣସି ବି ଚାନ୍ଦା ମିଳିନି।

Leave a Reply

Your email address will not be published. Required fields are marked *