Spread the love

ଭୁବନେଶ୍ବର: ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ବୟାନକୁ ନେଇ ଚର୍ଚ୍ଚା। ଶଙ୍ଖ ଭବନ ଲୋକାର୍ପଣ ଉତ୍ସବରେ ତଥାଗତ ଶତପଥୀଙ୍କୁ ଦେଖିବାକୁ ମିଳିଥିଲା । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, କୌଣସି ଦଳରେ ନାହିଁ। ସାମ୍ବାଦିକ ଭାବେ ଆଜି ଶଙ୍ଖ ଭବନ ଲୋକାର୍ପଣ ଉତ୍ସବକୁ ଆସିଥିଲି। ବିଜେଡି ସଭାପତି ମୋତେ ନିମନ୍ତ୍ରଣ କରିଥିଲେ। ଶଙ୍ଖ ଭବନ ସୁନ୍ଦର ହୋଇଛି। ମୋତ ଭଲ ଲାଗିଲା।

ନିର୍ବାଚନ ରାଜନୀତିରେ ପୁର୍ନବାର ପ୍ରବେଶକୁ ଅମଙ୍ଗ ବୋଲି କହିଥିଲେ ତଥାଗତ । ବିଜେଡିର ଶଙ୍ଖ ଭବନ ଲୋକାର୍ପଣ ଉତ୍ସବରେ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସାରା ରାଜ୍ୟରୁ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ। ଏଭଳିସ୍ଥିତିରେ ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା।

୨୦୧୯ରେ ସେ ନିର୍ବାଚନ ଲଢ଼ିନଥିଲେ । ସେବେଠାରୁ ବିଜେଡିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିନଥିଲା । ଏବେ ଶଙ୍ଖ ଭବନ ଲୋକାର୍ପଣ ଉତ୍ସବରେ ତାଙ୍କର ଉପସ୍ଥିତି ରାଜନୈତିକ ମହଲକୁ ଖୋରାକ୍‌ ଯୋଗାଇଛି ।

Leave a Reply

Your email address will not be published. Required fields are marked *