Spread the love

ନୂଆଦିଲ୍ଲୀ: କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍‌ଡି କୁମାରସ୍ୱାମୀଙ୍କୁ ଗତ ଶନିବାର ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ,ଶନିବାର ସନ୍ଧ୍ୟାରେ ଏଚ୍‌ଡି କୁମାରସ୍ୱାମୀ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିବା କହିଥିଲେ। ଏହାପରେ  ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ଏଚ୍‌ଡି କୁମାରସ୍ୱାମୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ରବିବାର ସୂଚନା ଦିଆଯାଇଛି।

ଡାକ୍ତରଖାନା ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏଚ୍‌ଡି କୁମାରସ୍ୱାମୀଙ୍କୁ ଓଲ୍ଡ ଏୟାରପୋର୍ଟ ରୋଡସ୍ଥିତ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଏପ୍ରିଲ ୨୨ ତାରିଖ ସନ୍ଧ୍ୟାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସତ୍ୟନାରାୟଣ ମୈସୁର ତାଙ୍କର ଦେଖାଶୁଣା କରୁଛନ୍ତି। ଏଚ୍‌ଡି କୁମାରସ୍ୱାମୀଙ୍କୁ କିଛିଦିନ ହେବ କ୍ଳାନ୍ତ ଓ ଦୁର୍ବଳ ଅନୁଭବ ହେଉଥିଲା।  ତେଣୁ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥି‌ଲେ। କିନ୍ତୁ ସେ ରାଜ୍ୟଗସ୍ତରେ ବ୍ୟସ୍ତ ରହୁଥି‌ଲେ।

ଗତକାଲି ତାଙ୍କୁ ଭଲ ନଲାଗିବାରୁ ସେ ଡାକ୍ତରଖାନାକୁ ଆସିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ପୂର୍ବରୁ ଏଚ୍‌ଡି କୁମାରସ୍ୱାମୀଙ୍କ ହୃଦୟ ଅସ୍ତ୍ରୋପଚାର ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *