Spread the love

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା (ଜୁଡିସିଆଲ ସର୍ଭିସ) (ଓଜେଏସ୍‌)- ୨୦୨୨ର ପ୍ରିଲିମିନାରୀ (ପ୍ରାଥମିକ) ପରୀକ୍ଷା ମେ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ୧୧. ୩୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୩୦ ମିନିଟ ସମୟ ଦିଆଯିବ।

ଅର୍ଥାତ ସେମାନେ ପୂର୍ବାହ୍ଣ ୧୦ଟାରୁ ୧୨ ଟା ଯାଏଁ ପରୀକ୍ଷା ଦେଇପାରିବେ। ଏନେଇ ଏପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା କେନ୍ଦ୍ରର ତାଲିକା ଏବଂ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ସଂକ୍ରାନ୍ତରେ ସବିଶେଷ ତଥ୍ୟ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *