Spread the love

ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ। ଏପରି ତାତି ଆଗକୁ ଆହୁରି ଦୁଇଦିନ ଅନୁଭବନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଆଜି ବାରିପଦା ଓ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଆଉ ଟ୍ୱିନ୍‌ ସିଟିରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୨ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ, ବଲାଙ୍ଗିରରେ ୪୩.୭ ଡିଗ୍ରୀ, ବୌଦ୍ଧରେ ୪୩.୭ ଡିଗ୍ରୀ, ନୂଆପଡ଼ାରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୨ ଡିଗ୍ରୀ, ସୋନପୁରରେ ୪୩.୨ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ସମ୍ୱଲପୁରରେ ୪୩.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୦ ଡିଗ୍ରୀ, ତାଳଚେରରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୨.୭ ଡିଗ୍ରୀ, କଟକରେ ୪୨.୫ ଡିଗ୍ରୀ, ଭବାନୀପାଟଣାରେ ୪୨.୫ ଡିଗ୍ରୀ, ରାଉରକେଲାରେ ୪୨.୪ ଡିଗ୍ରୀ, ଢେଙ୍କାନାଳରେ ୪୨.୦ ଡିଗ୍ରୀ, ଯାଜପୁରରେ ୪୨.୦ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, ଜଗତସିଂହପୁରରେ ୪୧.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୪ ଡିଗ୍ରୀ, ଚାନ୍ଦବାଲିରେ ୪୧.୩ ଡିଗ୍ରୀ, ଦେବଗଡ଼ରେ ୪୧.୩ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୧.୨ ଡିଗ୍ରୀ, କେନ୍ଦୁଝରରେ ୪୧.୨ ଡିଗ୍ରୀ, ନୟାଗଡ଼ରେ ୪୧.୦ ଡିଗ୍ରୀ, ଭଦ୍ରକରେ ୪୧.୦ ଡିଗ୍ରୀ, ମାଲକାନଗିରିରେ ୪୦.୨ ଡିଗ୍ରୀ, ବରଗଡ଼ରେ ୪୦.୫ ଡିଗ୍ରୀ, ଖୋର୍ଦ୍ଧାରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ରାୟଗଡ଼ାରେ ୩୯.୬ ଡିଗ୍ରୀ, ଫୁଲବାଣୀରେ ୩୯.୪ ଡିଗ୍ରୀ, ଛତ୍ରପୁରରେ ୩୯.୦ ଡିଗ୍ରୀ, ନବରଙ୍ଗପୁରରେ ୩୮.୬ ଡିଗ୍ରୀ, ବଲେଶ୍ୱରରେ ୩୮.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୫ ଡିଗ୍ରୀ, କୋରାପୁଟରେ ୩୭.୦ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ ଓ ପାରାଦୀପର ତାପମାତ୍ରା ୩୩.୩ ଡିଗ୍ରୀ ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର କହିବା ଅନୁସାରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ପବନ ଏହି ଖରା ଗରମକୁ ବଢାଉଥିବା ବେଳେ ବାୟୁମଣ୍ଡଳରେ ଉଚ୍ଚ ଆଦ୍ରତା ଗୁଳୁଗୁଳି ବଢାଉଛି। ତେବେ ୨୧ ତାରିଖ ପରଠୁ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି ଆକଳନ କରିଛି ବିଭାଗ।

Leave a Reply

Your email address will not be published. Required fields are marked *