Spread the love

ନୂଆଦିଲ୍ଲୀ: ମୁଁ ଦିଲ୍ଲୀରେ ଅଛି। ଚିନ୍ତା କରନି। ପୁଅ ନିଖୋଜ ଅଭିଯୋଗ ଆଣିବା ପରେ ଏଭଳି କହିଲେ ଟିଏମ୍‌ସି ନେତା ମୁକୁଲ।ସୋମବାର ବିଳମ୍ବିତ ରାତିରୁ ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ନିଖ‌ୋଜ ଥିବା ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ। ସୋମବାର ସନ୍ଧ୍ୟାରେ ତାଙ୍କର ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେବେଠାରୁ ତାଙ୍କ ସହିତ ଯୋଗାଯୋଗ ହୋଇ ପାରୁନାହିଁ କି ତାଙ୍କୁୁ ଦେଖିବାକୁ ମିଳୁନାହିଁ ବୋଲି ମୁକୁଲଙ୍କ ପୁଅ ଅଭିଯୋଗ କରିଥିଲେ।
ହେଲେ ଏବେ ଅଭିଯୋଗ ବିଷୟରେ ଖବର ପାଇ ମୁଁ ଦିଲ୍ଲୀରେ ଅଛି ବୋଲି ଗଣମାଧ୍ୟମ ଜରିଆରେ ପରିବାରକୁ ଜଣାଇଛନ୍ତି ମୁକୁଲ। ସେ କହିଛନ୍ତି, “ମୁଁ ବହୁ ବର୍ଷ ଧରି ସାଂସଦ ଥିଲି। ସେ ହିସାବରେ ମୁଁ ଦିଲ୍ଲୀ ଆସିପାରିବି ନାହିଁ କି? ପୂର୍ବରୁ ମୁଁ ନିୟମିତ ଭାବେ ଦିଲ୍ଲୀ ଆସୁଥିଲି। ଏବେ ମୁଁ ମୋର ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଆସିଛି।”
ତେବେ ତୃଣମୂଳ କଂଗ୍ରେସ ସହିତ ମତଭେଦ ପରେ ମୁକୁଲ ରୟ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ୨୦୨୦ରେ ସେ ବିଜେପିର ଜାତୀୟ ଉପ-ସଭାପତି ମଧ୍ୟ ଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ​​ସେ ବିଜେପିରୁ ଟିକେଟ ପାଇ ବିଜୟୀ ହୋଇଥିଲେ ବି ଫଳାଫଳ ଆସିବାର ମାସକ ପରେ ସେ ପୁଣି ତୃଣମୂଳ କଂଗ୍ରେସକୁ ଫେରିଥିଲେ। ଟିଏମସିକୁ ଫେରିବା ଦିନଠାରୁ ସେ ସର୍ବସାଧାରଣଙ୍କ ଆଖିରୁ ଦୂରେଇ ରହିଆସୁଛନ୍ତି। ଅସୁସ୍ଥ ଥିବା ଦର୍ଶାଇ ରୟ ଗତ ବର୍ଷ ପଶ୍ଚିମବଙ୍ଗ ବିଧାନସଭାର ପିଏସି ଅଧ୍ୟକ୍ଷ ପଦ ମଧ୍ୟ ଛାଡିଥିଲେ।

Leave a Reply

Your email address will not be published. Required fields are marked *