Spread the love

କାଠମାଣ୍ଡୁ : ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ସୋମବାର ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ରାଜସ୍ଥାନର କିଶନଗଡ଼ର ବାସିନ୍ଦା ଅନୁରାଗ ସୋମବାର ଅନ୍ନପୂର୍ଣ୍ଣା ପର୍ବତର ତୃତୀୟ ଶିବିରରୁ ଓହ୍ଲାଇବା ବେଳେ ନିଖୋଜ ହୋଇଯାଇଥିଲେ। ନେପାଳର ଖବରକାଗଜ ‘ଦି ହିମାଳୟ ଟାଇମ୍ସ’ ରିପୋର୍ଟ କରିଛି ଯେ ସୋମବାର ଚତୁର୍ଥ ଶିବିରରୁ ତଳକୁ ଓହ୍ଲାଇବା ସମୟରେ ୬୦୦୦ ମିଟର ଉଚ୍ଚତାରୁ ବରଫ ଫାଟରେ ପଡ଼ି ମାଲୁଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପକ୍ଷରେ ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ହୋଇଥିବା ଭାରତୀୟ ପର୍ବତାରୋହୀ ବଲଜିତ କୌରଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ବଳଜିତ କୌର ମଧ୍ୟ ସୋମବାର ନିଖୋଜ ହୋଇଯାଇଥିଲେ । ସେ ଅନ୍ନପୂର୍ଣ୍ଣା ପର୍ବତର ଶିଖରରୁ ଓହ୍ଲାଇବା ବେଳେ ଚତୁର୍ଥ ଶିବିର ନିକଟରୁ ନିଖୋଜ ହୋଇଯାଇଥିଲେ । ତେବେ ଦିନକ ପରେ ତାଙ୍କୁ ଜୀବିତ ଉଦ୍ଧାର କରାଯିବା ପରେ ସମସ୍ତେ ଆଶ୍ବସ୍ତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କୌର ଶିଖର ପଏଣ୍ଟ ତଳେ ଏକୁଟିଆ ରହିଯାଇଥିଲେ ଏବଂ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ତାଙ୍କ ସହ ରେଡିଓ ସଂପର୍କ କରାଯାଇପାରିନଥିଲା । ତେବେ ସକାଳେ ଆକାଶମାର୍ଗରୁ ସର୍ଚ୍ଚ ଅପରେସନ ଆରମ୍ଭ ହେବା ପରେ ସେ ତୁରନ୍ତ ସହାୟତା ପାଇଁ ରେଡିଓ ସିଗନାଲ ପଠାଇବାରେ ସଫଳ ହୋଇଥିଲେ । ପାଇଓନିୟର ଆଡଭେଞ୍ଚରର ସଭାପତି ପାସାଙ୍ଗ ଶେର୍ପା ହିମାଳୟ ଟାଇମ୍ସକୁ କହିଛନ୍ତି ଯେ କୌରଙ୍କୁ ଏକ ଆକାଶମାର୍ଗରୁ ସର୍ଚ୍ଚ ଟିମ୍ ଠାବ କରିଥିଲା ।

Leave a Reply

Your email address will not be published. Required fields are marked *