Spread the love

ଭୁବନେଶ୍ବର: ପ୍ରବଳ ଖରା ଓ ଗରମ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ସୂର୍ଯ୍ୟଙ୍କ କୋପ ବଢ଼ିବାରେ ଲାଗୁଛି। ବିଗତ କିଛି ଦିନ ହେଲା ତାତିରୁ ନିସ୍ତାର ମିଳିପାରୁ ନାହିଁ। ଅପରାହ୍‌ଣ ପ୍ରାୟ ୪ଟା ପର୍ଯ୍ୟନ୍ତ ଏହା ଜାରି ରହୁଛି। ପଶ୍ଚିମଓଡ଼ିଶାରେ ସ୍ଥିତି ଆହୁରି ଖରାପ। ଆଜି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏଥିରେ ଝାରସୁଗୁଡ଼ା ୪୩ ଡିଗ୍ରି ସହିତ ଶୀର୍ଷରେ ରହିଛି। ଝାରସୁଗୁଡ଼ା ତଳକୁ ବୌଦ୍ଧ (୪୨.୫ ଡିଗ୍ରି) ଓ ତୃତୀୟରେ ସମ୍ବଲପୁର (୪୨.୪ ଡିଗ୍ରି) ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ତାଳଚେରରେ ଆଜି ୪୨.୨ ଡିଗ୍ରି, ସୁନ୍ଦରଗଡ଼, ଟିଟିଲାଗଡ଼ ଓ ମାଲକାନଗିରିରେ ୪୧.୫ ଡିଗ୍ରି, ବଲାଙ୍ଗୀରରେ ୪୧.୨, ଅନୁଗୁଳରେ ୪୧.୧ ଓ ରାଉରକେଲାରେ ୪୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୦.୮, ବରଗଡ଼ରେ ୪୦.୭, ଭବାନୀପାଟଣାରେ ୪୦.୫, ସୋନପୁରରେ ୪୦.୪, ପାରଳାଖେମୁଣ୍ଡିରେ ୪୦.୨, ଦେବଗଡ଼ରେ ୪୦.୧, କଟକ, ଭୁବନେଶ୍ବର, ନୟାଗଡ଼, ଯାଜପୁର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ୪୦ ଡିଗ୍ରି ପାରା ଛୁଇଁଛି।

Leave a Reply

Your email address will not be published. Required fields are marked *