Spread the love

ସମୁଦ୍ର କୂଳରେ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ବାଲିଗରଡ଼ା ଓ ପଥର ଖଣ୍ଡଗୁଡ଼ିକୁ ସଜ୍ଜିତ କରି ସୁନ୍ଦର କଳାକୃତି ତିଆରି କରିବା ହେଉଛି ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଅବସ୍ଥାପିତ ଶିଳ୍ପୀ ଜନ୍‌ ଫୋରମ୍ୟାନ୍‌ଙ୍କ ସଉକ। ଏକଦା ପେମ୍ବ୍ରୋକ୍‌ସାୟାରର ଗେଲିସ୍ବିକ୍‌ ସମୁଦ୍ର ଉପକୂଳରେ ପ୍ରାତଃଭ୍ରମଣ କରୁଥିବା ବେଳେ ବେଳାଭୂମିରେ ବିକ୍ଷିପ୍ତ ହୋଇ ପଡ଼ିଥିବା ବିଭିନ୍ନ ଆକୃତି ଓ ରଙ୍ଗର ପଥରଖଣ୍ଡଗୁଡ଼ିକୁ ଦେଖି ସେ କିଛି ସୃଜନାତ୍ମକ କରିବାକୁ ଚିନ୍ତା କରିଥିଲେ। ତା’ପରେ ଆକାର ଓ ରଙ୍ଗ ଅନୁଯାୟୀ ସେଗୁଡ଼ିକୁ କ୍ରମାନ୍ବୟରେ ସଜାଇ ସେ ଅବିଶ୍ବସନୀୟ କଳାକୃତି ସୃଷ୍ଟି ଆରମ୍ଭ କରିଥିଲେ। ସମୁଦ୍ରକୂଳରେ ତାଙ୍କ ଦ୍ବାରା ସୃଷ୍ଟ ବିଭିନ୍ନ ରୂପରେଖକୁ ଦେଖିଲେ ଲାଗେ- ସତେ ଯେପରି ନିଶ୍ଚଳ ବାଲିଗରଡ଼ାଗୁଡ଼ିକ ମାଧ୍ୟମରେ ସେ ଗତିଶୀଳତା ଭରି ଦେଇଛନ୍ତି। ଫୋରମ୍ୟାନ୍‌ ଏହି ନିଆରା କଳାକୃତିର ବିଶେଷତ୍ବ ହେଲା, ସେଗୁଡ଼ିକୁ ନିର୍ମାଣ କରିବା ପାଇଁ ସେ କେବଳ ପ୍ରାକୃତିକ ଜିନିଷ ବ୍ୟବହାର କରନ୍ତି, ସେଥିରେ କୃତ୍ରିମ ରଙ୍ଗ ଆଦିର ପ୍ରୟୋଗ କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *