Spread the love

ଭୁବନେଶ୍ୱର : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନବୀନ ନିବାସରୁ ଟିକେଟ ନେଇ ଫେରିବା ପରେ ଦୀପାଳିଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛି । ବିଜୟ ନେଇ ମୁଁ ସମ୍ପୂର୍ଣ୍ଣ ଆଶାବାଦୀ । ଯେଉଁମାନେ କହୁଛନ୍ତି ଝାରସୁଗୁଡାର ବିକାଶ ହୋଇନି ସେମାନଙ୍କୁ ମୁଁ ଅନ୍ଧ ବୋଲି କହିବି । ଆମ ଅଞ୍ଚଳରେ ବିମାନ ବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଛି  ।

ତେବେ ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ। ଦୀପାଳି ଦାସଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି। ଗ୍ରାଉଣ୍ଡରେ ଲାଗି ପଡ଼ିଛନ୍ତି ବିଜେଡିର ବରିଷ୍ଠ ନେତା। ଦୀପାଳିଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ସ୍ବତନ୍ତ୍ର ରଣନୀତି କରିଛି ଦଳ।

Leave a Reply

Your email address will not be published. Required fields are marked *