Spread the love

ଭୁବନେଶ୍ବର : ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ନେଇ ଦିନ ତମାମ ରାଜଧାନୀ ଉଠିଲା ପଡ଼ିଲା। ପୀଡ଼ିତା ସିଧାସଳଖ ମନ୍ତ୍ରୀଙ୍କ ନାମ ନେଇ ବି ଗଣମାଧ୍ୟମରେ କହିଲେ। ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁନେଇ ପୁଲିସ ଏକ ପ୍ରକାର ହରଡ଼ ଘଟଣାରେ ପଡ଼ିଥିଲା। ଗୁରୁବାର ସକାଳୁ ରାତି ପର୍ଯ୍ୟନ୍ତ ମହିଳା ଥାନାରେ ହାଇଡ୍ରାମା ଚାଲିଲା। ଲାଗୁଥିଲା ଯେମିତି ପୀଡ଼ିତା ମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣି‌ବେ। କେଇ ଘଣ୍ଟା ଭିତରେ କ’ଣ ଘଟିଲା ଯେ, ରାତାରାତି ସବୁକିଛି ଓଲଟପାଲଟ ହୋଇଗଲା। ଏମିତି କି ପୁଲିସ ମାମଲା ରୁଜୁକରିବା ନେଇ ମୁହଁ ଖୋଲିଲା ନାହିଁ। ଶୁକ୍ରବାର ଦିନ ପୀଡ଼ିତାଙ୍କୁ ଫୋନ୍‌ କରିବାରୁ ସେ କହିଥିଲେ ଯେ, ମୋତେ କିଛି ପଚାର ନାହିଁ। ମୁଁ କିଛି ଚାହୁଁନାହିଁ। ଯିଏ ମନ୍ତ୍ରୀଙ୍କ ବିରୋଧରେ ବିଷ ଓଗାଳୁଥିଲେ। କେଇ ଘଣ୍ଟା ଭିତରେ ହଠାତ୍‌ ନିଜର ସ୍ବର ବଦଳାଇବାକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। କାହିଁକି ପୀଡିତା ନିଜର ସ୍ବର ବଦଳାଇଲେ? ଦଳୀୟ ଚାପ ପଡ଼ିଲା ନା ଅନ୍ୟ କିଛି କାରଣ ରହିଛି? ଏମିତି ମାଳମାଳ ପ୍ରଶ୍ନ ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ଅନ୍ୟପକ୍ଷରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ‘ସମ୍ବାଦ’କୁ କହିଛନ୍ତି ଯେ ଅଭିଯୋଗ ଆଣିଥିବା ମହିଳାଙ୍କୁ ମୁଁ ଚିହ୍ନି ନାହିଁ। ଯିଏ ସିଏ ଅଭିଯୋଗ କରିଦେଲେ କିଏ କଣ ଦୋଷୀ ହୋଇଯିବ କି?

Leave a Reply

Your email address will not be published. Required fields are marked *