ଭୁବନେଶ୍ବର: ପ୍ରବଳ ଖରାରେ ସାରା ରାଜ୍ୟ ସିଝୁଛି। ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ଡିଗ୍ରି ରେକର୍ଡ କରାଯାଇଛି। ଏହାରି ମଧ୍ୟରେ ମୟୂରଭଂଜର ଜିଲ୍ଲା ସଦର ମହକୁମା ‘ବାରିପଦା’ରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡ଼ିଗ୍ରି ରେକର୍ଡ କରାଯାଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ବରରେ ୪୦, ଚାନ୍ଦବାଲିରେ ୪୧.୩, କଟକରେ ୪୧.୪, ଭୁବନେଶ୍ବରରେ ୪୦.୮, ଅନୁଗୁଳରେ ୪୨.୫, ବାରିପଦାରେ ୪୩.୫, ଝାରସୁଗୁଡ଼ାରେ ୪୧.୮, ଟିଟିଲାଗଡ଼ରେ ୪୨.୨, ସୋନପୁରରେ ୪୨.୫, ନୟାଗଡ଼ରେ ୪୦, ବୌଦ୍ଧରେ ୪୨.୫, ପାରଳାଖେମୁଣ୍ଡିରେ ୪୦.୬, ଭଦ୍ରକରେ ୪୧, ଯାଜପୁରରେ ୪୦.୨, ଢେଙ୍କାନାଳରେ ୪୦.୫, ନୂଆପଡ଼ାରେ ୪୦, ଜଗତସିଂହପୁରରେ ୪୦.୫, ରାଉରକେଲାରେ ୪୧, ସମ୍ବଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧, ଫୁଲବାଣୀରେ ୪୦.୩, ହୀରାକୁଦରେ ୪୦.୬, ତାଳଚେରରେ, ଭବାନୀପାଟଣାରେ ଓ ବଲାଙ୍ଗୀରରେ ୪୨ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି।