Spread the love

କଟକ : ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟ ନିର୍ଦ୍ଦେଶ ନେଇ ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି।
ଚାର୍ଜସିଟରୁ ନାଁ ବାଦ୍ ଦେବା ଓ ଏତଲା ରଦ୍ଦ ପାଇଁ ହାଇକୋର୍ଟ ଆସିଥିଲେ ପ୍ରଭାତ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ବର୍ଷକ ଭିତରେ ଏହି ମାମଲା ବିଚାର ସରିବ ବୋଲି ଅନ୍ୟପକ୍ଷରେ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।
ସୂଚନା ଥାଉକି, ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। ସି-ସୋରକୁ ପ୍ରମୋଟ କରିବାକୁ ତଥା ପ୍ରଭାତ ଏହି ସଂସ୍ଥା ସହ ଆର୍ଥିକ କାରବାରରେ ସମ୍ପୃକ୍ତି ରହିଥିବା ଲିଙ୍କରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ତେବେ ଦୀର୍ଘଦିନ ଧରି ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ପ୍ରଭାତ ପରେ ଜମିନ୍ ପାଇଥିଲେ। ଏବେବି ସେ ଜାମିରେ ଅଛନ୍ତି। ତେବେ ଏହି ମାମଲା ତାଙ୍କ ରାଜନୀତି ଜୀବନରେ ଏକ ବିରାଟ ଫରକ ପକାଇଛି। ସେପଟେ ମାମଲା ବିଚାର ଦୀର୍ଘଦିନ ଚାଲିଥିବା ଦର୍ଶାଇ ସେ ମାମଲାରୁ ଖସିବାକୁ ହାଇକୋର୍ଟ ଯାଇଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Leave a Reply

Your email address will not be published. Required fields are marked *