Spread the love

ସୁନ୍ଦରଗଡ଼: ଆଜି ସକାଳୁ ଏମସିଏଲ ଗର୍ଜନବାହାଲ କୋଇଲା ଖଣିରେ ବଡ଼ ଅଘଟଣ ଘଟି ଦୁଇଜଣଙ୍କ ଜୀବନ ଯାଇଛି। ଖଣି କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଉପରେ ଭାରୀଯାନ ହୋଲପେକ୍ ମାଡ଼ିଯିବାରୁ ଗାଡ଼ିରେ ଥିବା ୨ କର୍ମଚାରୀ ଅପରେଟର ଉମାକାନ୍ତ ପଟେଲ ଓ ଭାରପ୍ରାପ୍ତ ମୁଖ୍ଯ ଜଗଦୀଶ ଓରାମଙ୍କର ଘଟଣାସ୍ଥଳରେ ମୃତ୍ଯୁ ହୋଇଯାଇଛି। ଅନ୍ଯ ୭ କର୍ମଚାରୀ ଗୁରୁତର ହୋଇପଡିଛନ୍ତି।
ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଛି। ସେମାନଙ୍କ ମଧ୍ଯରୁ ଆଉ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ଯୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଭାରୀଯାନ ମାଡ଼ରେ ବୋଲେରୋଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଛି।ଏଣେ ଖଣିରେ ଉତ୍ତୋଳନ ଓ ପରିବହନ ବନ୍ଦ କାମ ରହିଛି। ଖାଲି ସେତିକି ନୁହେଁ, ଖଣି କର୍ମଚାରୀମାନେ ଆନ୍ଦୋଳନ କରୁଥିବା ବି ଜଣାଯାଇଛି।

Leave a Reply

Your email address will not be published. Required fields are marked *