Spread the love

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତକାଲି ରାଜ୍ୟରେ ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସକ୍ରିୟ ରୋଗୀ ସଂଖ୍ୟା ୭୩୧ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୧୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଓଡ଼ିଶାରେ ଏବେ ଲକ୍ଷଣଯୁକ୍ତ ହେବା ଲୋକଙ୍କ ସଂଖ୍ୟା କମ୍ ରହିଛି। ଲହର କେତେଦିନ ରହିବ, ତାହା ଆକଳନ କରି ହେବନି। ବର୍ତ୍ତମାନ ୧୬ ଜିଲ୍ଲାରୁ କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଲହର ଆସିଲେ ସଂଖ୍ୟା ବଢ଼ିବ। ଯେଉଁ ରାଜ୍ୟରେ କୋଭିଡ ସଂଖ୍ୟା ବଢୁଥିଲା, ଏବେ ସେଠି କମିଲାଣି। ଦେଶରେ ଟେଷ୍ଟ ପଜିଟିଭିଟି ହାର ୬.୯ ଥିଲା ବେଳେ ଆମ ରାଜ୍ୟରେ ମାତ୍ର ୨.୮ ରହିଛି। ଦେଶରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୬୯ ଜଣଙ୍କର କୋଭିଡ ଟେଷ୍ଟ ହେଉଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୦୯ । ଏବେ ରାଜ୍ୟରେ କେସ ସଂଖ୍ୟା ବଢୁଛି, ତାହା ଅବଶ୍ୟ ସତ୍ୟ।

Leave a Reply

Your email address will not be published. Required fields are marked *