Spread the love

ଭୁବନେଶ୍ବର : ଅସହ୍ୟ କଲାଣି ତାତି। ତା’ସାଙ୍ଗକୁ ଗୁଳୁଗୁଳି। ମଝିରେ ମଝିରେ ଝାଞ୍ଜି ବୋହୁଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ନିରାପଦ ମଣୁନାନ୍ତି। ଆଜି ଝାରସୁଗୁଡ଼ା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍‌ କରି ଏନେଇ ସୂଚନା ଦେଇଛନ୍ତି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ବାରିପଦାରେ ୪୦ ଡିଗ୍ରୀ, ଭୁବନେଶ୍ୱର ୩୯.୭ ଡିଗ୍ରୀ, ଚାନ୍ଦବାଲିରେ ୩୯.୭ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ସମ୍ୱଲପୁରରେ ୩୯.୭ ଡିଗ୍ରୀ, ବୌଦ୍ଧରେ ୩୯.୫ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ ଡିଗ୍ରୀ. ସୋନପୁରରେ ୩୯.୨ ଡିଗ୍ରୀ, କଟକରେ ୩୯.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୩୯ ଡିଗ୍ରୀ, ଜଗତସିଂହପୁରରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ବାଲେଶ୍ୱରରେ ୩୮ ଡିଗ୍ରୀ, ପାରାଦୀପରେ ୩୪.୪ ଡିଗ୍ରୀ, ଗୋପାଳପୁରରେ ୩୫.୪ ଡିଗ୍ରୀ, ପୁରୀରେ ୩୪.୮ ଡିଗ୍ରୀ, କେନ୍ଦୁଝରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୮.୩ ଡିଗ୍ରୀ, ତାଳଚେରରେ ୩୮.୬ ଡିଗ୍ରୀ, ଭବାନୀପାଟଣାରେ ୩୮.୫ ଡିଗ୍ରୀ, ବଲାଙ୍ଗିରରେ ୩୮.୫ ଡିଗ୍ରୀ, କୋରାପୁଟରେ ୩୫, ଫୁଲବାଣୀ ୩୫, ଦାରିଙ୍ଗବାଡ଼ିରେ ୩୨.୫, ନୟାଗଡ଼ରେ ୩୮ ଡିଗ୍ରୀ, ଛତ୍ରପୁରରେ ୩୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭ ଡିଗ୍ରୀ, ରାୟଗଡ଼ାରେ ୩୪ ଡିଗ୍ରୀ, ଢେଙ୍କାନାଳରେ ୩୬.୬ ଡିଗ୍ରୀ, ବରଗଡ଼ରେ ୩୮.୨ ଡିଗ୍ରୀ, ଦେବଗଡ଼ରେ ୩୭.୪ ଡିଗ୍ରୀ, ନୂଆପଡ଼ାରେ ୩୫ ଡିଗ୍ରୀ, ନବରଙ୍ଗପୁରରେ ୩୪.୨ ଡିଗ୍ରୀ, ଖୋର୍ଦ୍ଧାରେ ୩୭ ଡିଗ୍ରୀ ଓ ରାଉରକେଲା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି।
ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଏଭଳି ଖରାରେ ପାଖାପାଖି ୬ ଦିନ ଶିଝିବ ରାଜ୍ୟ। ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷ ଭାବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ସମେତ ଉପକୂଳ ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ଘଟିବ।
ସାଧାରଣତଃ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ୱଭାବିକ ରହିଥାଏ। ଗତବର୍ଷ ଏପ୍ରିଲ ଶେଷ ତାରିଖରେ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ ହୋଇଥିଲା। ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ। ଅନ୍ୟପଟେ ଦିନ ସମୟରେ ସ୍ଥଳଭାଗକୁ ସାମୁଦ୍ରିକ ବାୟୁ ପ୍ରବାହ କମିଥିବାରୁ ତାପମାତ୍ରା ବଢୁଥିବା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ।

Leave a Reply

Your email address will not be published. Required fields are marked *