Spread the love

ନୂଆଦିଲ୍ଲୀ: ୩ବର୍ଷ ଦିଲ୍ଲୀ ଭଳି ସହରରେ ରହିଲେ ୭୩%ପର୍ଯ୍ୟନ୍ତ ବଢ଼ିଯିବ କର୍କଟ ରୋଗ ହେବାର ଆଶଙ୍କା। ଅଧିକ ପ୍ରଦୂଷିତ ସହରରେ ବସବାସ କଲେ, ଫୁସଫୁସ କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ ବୋଲି ଜଣାପଡ଼ିଛି। ୩୩ହଜାର ଲୋକଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ପରେ ଏହି ସୂଚନା ଦିଆଯାଇଛି।
ଯେଉଁମାନଙ୍କ ଉପରେ ଅଧ୍ୟୟନ କରାଯାଇଥିଲା ସେମାନେ ଫୁସଫୁସ କର୍କଟ ରୋଗ ସହିତ ଲଢ଼ୁଥିଲେ। ଯେତେବେଳେ ଏହି ଲୋକମାନଙ୍କର ପରୀକ୍ଷା କରାଯାଇଥିଲା, ସେମାନଙ୍କ ଫୁସଫୁସରେ ବିଷାକ୍ତ ପ୍ରଦୂଷକ କଣିକା ଦେଖିବାକୁ ମିଳିଥିଲା। ଫୁସଫୁସରେ ବିଷାକ୍ତ ପ୍ରଦୂଷକ କଣିକା ଥିବାରୁ ଏପିଡର୍ମାଲ୍ ଗ୍ରୋଥ୍ ଫ୍ୟାକ୍ଟର୍ ରିସେପ୍ଟର ଭଳି କର୍କଟ ରୋଗ ହେବାର ସମ୍ଭାବନା ବଢ଼ିଥାଏ। ଧୂମପାନ କରୁନଥିବା କିମ୍ବା କମ ଧୂମପାନ କରୁଥିବା ଲୋକଙ୍କ ପାଖରେ ଏହି କର୍କଟ ରୋଗ ହେବାର ଆଶଙ୍କା ଅଧିକ। ଏହି ଅଧ୍ୟୟନ ଇଂଲଣ୍ଡର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟରେ କରାଯାଇଛି।
ଗବେଷକ ଚାର୍ଲ୍ସ ସ୍ବାଣ୍ଟନ୍ କହିଛନ୍ତି ଯେ ବୟସ ବଢ଼ିବା ସହିତ ଆମ ଶରୀରରେ କର୍କଟ ରୋଗ ସୃଷ୍ଟି କରୁଥିବା କୋଷିକାଗୁଡ଼ିକ ବଢ଼ିଥାଏ। କିନ୍ତୁ ସାଧାରଣତଃ ଏହା ସକ୍ରିୟ ରହେ ନାହିଁ। କିନ୍ତୁ ବାୟୁ ପ୍ରଦୂଷଣ ଏହି କୋଷିକାଗୁଡ଼ିକୁ ସକ୍ରିୟ କରିଥାଏ। ଯେଉଁଥିପାଇଁ ଟ୍ୟୁମର ଏବଂ ପରେ କର୍କଟ ହେବାର ଆଶଙ୍କା ବଢ଼ିଯାଏ। ବାୟୁ ପ୍ରଦୂଷଣ ହେଉଛି ଫୁସଫୁସ କର୍କଟ ରୋଗର ମୁଖ୍ୟ କାରଣ। ଏହାକୁ ହ୍ରାସ କରିବା ଏବଂ ବନ୍ଦ କରିବା ପାଇଁ ସମଗ୍ର ବିଶ୍ୱ ଚେଷ୍ଟା କରିବା ଉଚିତ୍, ଯାହାଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବ ନାହିଁ। ପାର୍ଟିକ୍ୟୁଲେଟ୍ ମ୍ୟାଟର୍ (ପିଏମ) ସର୍ବାଧିକ କ୍ଷତି କରେ। ପୃଥିବୀର କୌସି ଭାଗ ଏହାର କୁପ୍ରଭାବରୁ ରକ୍ଷା ପାଇ ନାହାଁନ୍ତି। ଏହି କାରଣରୁ ପ୍ରତିବର୍ଷ ୮୦ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି।

Leave a Reply

Your email address will not be published. Required fields are marked *