Spread the love

ଭୁବନେଶ୍ବର: ମେ´ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲିଠାରୁ ପ୍ରଥମେ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ ଯାଏ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟ ଖାତା ଦେଖା ମେ ୭ରେ ସରିବ। ଖାତାଦେଖା ସରିବା ପରେ ପରେ ଟାବୁଲେସନ ପ୍ରକ୍ରିୟା ହେବ। ଏଦୃଷ୍ଟିରୁ ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଚଳିତ ଥର ୬୫ଟି ଅଫଲାଇନ କେନ୍ଦ୍ର ଓ ୩୯ ଅନଲାଇନ କେନ୍ଦ୍ରରେ ଖାତା ଦେଖା ହେବ।
୬୬୨ ବର୍ଗ ଅଧ୍ୟାପକମାନେ ଖାତାଦେଖାରେ ସହଯୋଗ କରୁଥିବାରୁ ସେମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *