Spread the love

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କୃନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି। ଠକେଇ ଓ ଚେକ୍ ବାଉନ୍ସ ମାମଲାରେ ଏହି ୱାରେଣ୍ଟ ଜାରି ହୋଇଛି।
ଝାଡ଼ଖଣ୍ଡର ଅଜୟ କୁମାର ସିଂହ ନାମକ ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ଅଭିଯୋଗ ଆଧାରରେ କୋର୍ଟ ଏହି ୱାରେଣ୍ଟ ଜାରିଛନ୍ତି। ସେ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନରଙ୍କ ବିରୋଧରେ ଠକେଇ, ଧମକ ଦେବା ଓ ଚେକ୍ ବାଉନ୍ସ ହେବା ନେଇ ମାମଲା ରୁଜୁ କରିଥିଲେ।
ଏହି ମାମଲାରେ ଅମୀଷା ଓ ତାଙ୍କ ବିଜନେସ ପାର୍ଟନରଙ୍କୁ କୋର୍ଟ ସମନ ଜାରି କରିଥିଲେ। ତା’ ସତ୍ତ୍ୱେ ଅମୀଷା କୋର୍ଟକୁ ଆସି ନଥିଲେ କି ତାଙ୍କ ଓକିଲଙ୍କୁ ପଠାଇ ନଥିଲେ। ତେଣୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣୁ ଏପ୍ରିଲ ୧୫ ତାରିଖରେ ହେବ।
ଅଜୟ କୁମାର ସିଂହ କହିଛନ୍ତି ଯେ ‘ଦେଶୀ ମ୍ୟାଜିକ୍‌’ ନାଁରେ ଏକ ଫିଲ୍ମ ତିଆରି କରିବା ଓ ତା’ର ପବ୍ଲିସିଟି କରିବା ପାଇଁ ଅମୀଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର ତାଙ୍କ ଠାରୁ ଅଢ଼େଇ କୋଟି ଟଙ୍କା ନେଇଥିଲେ। ଫିଲ୍ମ ଶୁଟିଂ ଶେଷ ହୋଇଗଲେ ସେମାନେ ସୁଧ ସହିତ ଅଢ଼େଇ କୋଟି ଟଙ୍କା ଫେରାଇ ଦେବେ ବୋଲି କହିଥିଲେ। ୨୦୧୩ରେ ଫିଲ୍ମଟିର ଶୁଟିଂ ଆରମ୍ଭ ହୋଇଥିଲା। କିନ୍ତୁ ଫିଲ୍ମଟି ଆଜି ଯାଏ ରିଲିଜ ହୋଇନି। ଏଣୁ ସେ ଅମୀଷାଙ୍କୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ଅମୀଷା ତାଙ୍କୁ ପଇସା ଫେରାଇ ନଥିଲେ। ବହୁ ଥର ମାଗିବା ପରେ ୨୦୧୮ରେ ମନୀଷା ତାଙ୍କୁ ଦୁଇଟି ଚେକ୍ ଦେଇଥିଲେ। ଗୋଟିଏ ଅଢ଼େଇ କୋଟି ଟଙ୍କାର ଓ ଆଉ ଗୋଟିଏ ୫୦ ଲକ୍ଷ ଟଙ୍କାର। କିନ୍ତୁ ଦୁଇଟି ଯାକ ଚେକ୍ ବାଉନ୍ସ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *