Spread the love

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ଓ ଗିରଫ ମାମଲାର ତଦନ୍ତ କରିବ। ଇଡି ଆର୍ଥିକ କାରବାରର ଖୋଳତାଡ଼ କରିବ। ଏନେଇ ଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏହି ଘଟଣାକୁ ନେଇ ପୂର୍ବରୁ ଇଡି କମିସନରେଟ ପୁଲିସକୁ ତଥ୍ୟ ମାଗିଥିଲା। କମିସନରେଟ ପୁଲିସ ପକ୍ଷରୁ ରମେଶ ସ୍ୱାଇଁଙ୍କର ସବୁ ତଥ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ହସ୍ତାନ୍ତର କରାଯାଇଛି। ନୂଆ ମାମଲା ରୁଜୁ କରାଯାଇ ଇଡି ପକ୍ଷରୁ ଅନେକ ତଥ୍ୟ ପୁଲିସକୁ ମଗାଯିବ।
ବିଶେଷକରି ଏମବିବିଏସ ଛାତ୍ରଙ୍କୁ ୨ କୋଟିର ଚୁନା ଲଗାଇବା, ବ୍ୟାଙ୍କରୁ ଆଣିଥିବା ଋଣ, ମିଛ ବାହାଘର କରି ୨୭ଜଣ ପତ୍ନୀଙ୍କ ଠାରୁ ଆତ୍ମସାତ କରିଥିବା କୋଟି କୋଟି ଟଙ୍କାର ଠକେଇର ଇଡି ଖୋଳତାଡ଼ କରିବ।
ସୂଚନାଯୋଗ୍ୟ, ନିଜକୁ ଜଣେ ଡାକ୍ତର ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ବୋଲି ପରିଚୟ ଦେଇ ରାଜ୍ୟ ଓ ରାଜ୍ୟ ବାହାରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶ ଚନ୍ଦ୍ର ସ୍ବାଇଁଙ୍କ ୨୭ ଜଣଙ୍କୁ ବିଭିନ୍ନ ଶୈଳୀରେ ବିବାହ କରିଛନ୍ତି। ବହୁୁଚର୍ଚ୍ଚିତ ରାଜଧାନୀ ଭୁବନେଶ୍ବରରେ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରିଥିଲା। ଟିମ୍‌ରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍‌ ଗଠିତ ହୋଇଥିଲା। ଠକ ଡାକ୍ତର ରମେଶ ସ୍ବାଇଁ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ମିଳିଥିଲା।

Leave a Reply

Your email address will not be published. Required fields are marked *