Spread the love

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍‌ପି ମେନକା ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଭିଡିଓରେ ସେ କହୁଛନ୍ତି, ‘ଗଧର କ୍ଷୀରରୁ ପ୍ରସ୍ତୁତ ସାବୁନ ଜଣେ ମହିଳାଙ୍କ ଶରୀରକୁ ସବୁବେଳେ ସୁନ୍ଦର ରଖେ। ଜଣେ ବିଖ୍ୟାତ ବିଦେଶୀ ରାଣୀ ’କ୍ଲିଓପାଟ୍ରା’ ଥିଲେ ଯିଏ ଗଧର କ୍ଷୀରରେ ସ୍ନାନ କରୁଥିଲେ। ଦିଲ୍ଲୀରେ ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ୫୦୦ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ।’
ଏହି ଭିଡିଓଟି ସୁଲତାନପୁରର ବାଲଦିରାୟରେ ଆୟୋଜିତ ଏକ କାର୍ଯ୍ୟକ୍ରମର କୁହାଯାଉଛି। ଏଥିରେ ମେନକା ଲୋକଙ୍କୁ କହୁଛନ୍ତି, ଲଦାଖରେ ଏକ ସମୁହ ଅଛନ୍ତି। ଯେଉଁମାନେ ଦେଖିବାକୁ ପାଇଥିଲେ ଗଧ ସଂଖ୍ୟା ଧୀରେଧୀରେ ହ୍ରାସ ପାଉଛି। ଏହାପରେ ସେମାନେ ଗଧ କ୍ଷୀରକୁ ନେଇ ବ୍ୟବସାୟ ଆରମ୍ଭ କରିଥି‌ଲେ। ଗଧ କ୍ଷୀରରୁ ସାବୁନ ତିଆରି କଲେ। ଏହି ସାବୁନକୁ ସେମାନେ ଭଲ ମୂଲ୍ୟରେ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରି ପାରିଲେ।

ସେହିପରି ଗଛ ସଂଖ୍ୟା କମିବାରେ ଲାଗିଛି। କାଠ ଏତେ ମହଙ୍ଗା ହୋଇଛି ଯେ ଜଣେ ଲୋକଙ୍କ ମୃତ୍ୟୁ ଘଟିଲେ ସେ ନିଜ ପରିବାରକୁ ଦାରିଦ୍ର୍ୟ କରି ପଳାଉଛନ୍ତି । କାରଣ ଅନ୍ତିମ ସଂସ୍କାର ପାଇଁ ବ୍ୟବହୃତ କାଠ ପାଇଁ ୧୫-୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାଠାରୁ ଭଲ ଗାଈ ଗୋବରରୁ ପ୍ରସ୍ତୁତ ଘଷିରେ ସଂସ୍କାର କାର୍ଯ୍ୟ କରିବା । ଏଥିପାଇଁ ଏକ ନିୟମ ବି କରିଦେବା ଉଚିତ। ଯେଉଁଥିରେ କୁହାଯିବ କି ଅନ୍ତିମ ସଂସ୍କାର ‌କଲାବେଳ ଘଷିର ହିଁ ବ୍ୟବହାର କରାଯିବ ବୋଲି ମ‌େନକା ଗାନ୍ଧୀ କହିଛନ୍ତି।

Leave a Reply

Your email address will not be published. Required fields are marked *