Spread the love

ପାଟନା: ବିହାର ଜାମୁଇର ଝାଝା ରେଳ ଷ୍ଟେସନରେ ରେଳ ଯାତ୍ରୀଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇଥିବା ଅଭିଯୋଗରେ ଚାରିଜଣ ରେଳ ପୁଲିସ କର୍ମଚାରୀଙ୍କୁ ଯାଞ୍ଚ ପରେ ଗିରଫ କରାଯାଇଛି। ସୂଚନାନୁସାରେ, ହରିୟାଣା ବାସିନ୍ଦା ଟ୍ରକ ବ୍ୟବସାୟୀ ହାରଦୀପ ଦଲାଲ ଏବଂ ମଧୁ ଆନନ୍ଦ ବିହାର ଏକ୍ସପ୍ରେସରେ ଜସିଡିହରୁ ଚଢ଼ିଥିଲେ । ତାଙ୍କ ପାଖରେ ଏକ କୋଟି ଟଙ୍କା ଭର୍ତ୍ତି ଏକ ବ୍ୟାଗ ଥିଲା। ଏହି ଯାତ୍ରା ସମୟରେ ଯେତେବେଳେ ସେମାନେ ଝାଝା ରେଳ ଷ୍ଟେସନରେ ପହଞ୍ଚିଥିଲେ, ସେତେବେଳେ ରେଳ ପୁଲିସର ଚାରିଜଣ କନଷ୍ଟେବଳ ସେମାନଙ୍କୁ ଯାଞ୍ଚ କରିବା ଆଳରେ ବ୍ୟାଗ ଗାୟବ କରିଦେଇଥିଲେ |
ଏହା ପରେ ରେଳ ଯାତ୍ରୀ ଝାଝା ରେଳ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ମାତ୍ରେ ରେଳ ଷ୍ଟେସନ ମୁଖ୍ୟ ଅନିଲ କୁମାର ସିସିଟିଭି କ୍ୟାମେରା ଆଧାରରେ ରେଳବାଇ ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେହି ଆଧାରରେ ସେମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ରେଳ ପୁଲିସ କର୍ମଚାରୀଙ୍କ ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଚୋରକୁ ମଧ୍ୟ ଗିରଫ କରାଯାଇଥିଲା। ସୂଚନା ଅନୁଯାୟୀ ଉକ୍ତ ରେଳ ଯାତ୍ରୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗକୁ ଗାୟବ କରି ଏମାନେ ଫେରାର ହୋଇଯାଇଥିଲେ | ଏହି ଟଙ୍କାକୁ ଚାରି ଭାଗରେ ବାଣ୍ଟି ପଳାଇଯାଇଥିଲେ |

Leave a Reply

Your email address will not be published. Required fields are marked *