Spread the love

କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ। କୋଟିଆ ମାଟିରେ ଆନ୍ଧ୍ରପ୍ରଦେଶର ବଳପୂର୍ବକ ପ୍ରବେଶକୁ କଡ଼ା ଜବାବ ଦିଆଯିବ। ଉତ୍କଳ ଦିବସରେ କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କରି ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନିକିଆ କୋଟିଆ ଗସ୍ତ କରି ସେଠାରେ ଉତ୍କଳ ଦିବସ ପାଳନ କରିଛନ୍ତି ଧର୍ମେନ୍ଦ୍ର।

କୋଟିଆ ଗ୍ରାମପୁଞ୍ଜର ୨୮ଟି ଯାକ ଗାଁ ଓଡ଼ିଶାର ବୋଲି ସେ କହିଛନ୍ତି। ଏହା ସହ ଓଡ଼ିଶା ସୀମାରୁ ଆନ୍ଧ୍ର ପ୍ରଦେଶ ପୋଲିସ ହଟିଯିବାକୁ ସେ କହିଛନ୍ତି। ଆନ୍ଧ୍ର ପ୍ରଦେଶ ପୋଲିସକୁ ପ୍ଲିଜ ଗୋ ବ୍ୟାକ୍‌ କହି ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘଦିନକୁ କୋଟିଆକୁ ନେଇ ବିବାଦ ଲାଗି ରହିଛି। ଏବେ ସେଠାରେ କେନ୍ଦ୍ର ମନ୍ତ୍ରୀ ଉତ୍କଳ ଦିବସ ପାଳନ କରିବା ସହ ସୀମା ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *