Spread the love

ରାଉରକେଲା/କୋଇଡା: କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜ ନିଜ ବାପା ଓ ଭାଇଙ୍କ ନାଆଁରେ ଥାନାରେ ଏତଲା ଦେବା ପରେ ବାପା ରମେଶ ଚନ୍ଦ୍ର ରାଜଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା କୋଇଡ଼ା ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ପୁଣି ଥରେ ଚର୍ଚ୍ଚା ପରିସରକୁ ଆଣିଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟାରେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ କ୍ବାର୍ଟରରେ ତାଙ୍କର ବାପା ରମେଶ ଚନ୍ଦ୍ର ରାଜ ଓ ଭାଇ ସଂଗ୍ରାମ କୁମାର ରାଜ ଅଚାନକ ଆସି ବାଡ଼ିରେ ନିର୍ମମ ମାଡ଼ ମାରିଥିଲେ। ଏହି ସମୟରେ ତାଙ୍କୁ ରକ୍ଷା କରିବା ଲାଗି ପଡ଼ୋଶୀ ବ୍ଲକ୍ ସହକାରୀ ଯନ୍ତ୍ରୀ ଅଭିଷେକ ପାଣିଗ୍ରାହୀ ଆସିବାରୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ ବାପପୁଅ। ଏ ନେଇ କୋଇଡ଼ା ବିଡିଓ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ୩୪/୨୦୨୩ ଅନୁଯାୟୀ ବାପାଙ୍କୁ ଗିରଫ କରିଛି। ଅନ୍ୟପଟେ ଭାଇ ସଂଗ୍ରାମ ଫେରାର୍ ଥିବା ଜଣାଯାଇଛି।
କୋଇଡା ବିଡିଓଙ୍କୁ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ତାଙ୍କ କ୍ବାର୍ଟରକୁ ଯାଇ ଚିକିତ୍ସିତ କରିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏଣେ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସହକାରୀ ଯନ୍ତ୍ରୀଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *