Spread the love

ବଲାଙ୍ଗୀର: ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା ରହସ୍ୟ ବଢ଼ିବାରେ ଲାଗିଛି। ବିଭିନ୍ନ ପ୍ରକାର ଚର୍ଚ୍ଚା ଭିତରେ ତଦନ୍ତ ଜାରି ରଖିଛି ଟାଉନ ପୁଲିସ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୁଚିସ୍ମିତାଙ୍କ ଶବ ବ୍ୟବଚ୍ଛେଦ କରାଯାଉଛି। ରୁଚିସ୍ମିତା ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଭାବରେ କହୁଛନ୍ତି ପରିବାର ଲୋକ। ତାଙ୍କର ମା’ କହୁଛନ୍ତି ରବିବାର ଆଳୁପରଟା ତିଆରିକୁ ନେଇ ଝିଅ ସହିତ ବଚସା ହୋଇଥିଲା। ସେଥିପାଇଁ ଆତ୍ମହତ୍ୟା କଲା ଝିଅ। କିନ୍ତୁ ତାଙ୍କ ବାପା ଅନ୍ୟ କଥା କହୁଛନ୍ତି। ତାଙ୍କ ଅନୁସାରେ ଝିଅ ଡିପ୍ରେସନରେ ରହୁଥିଲା। ତେବେ ଡିପ୍ରେସନର ସଠିକ କାରଣ କହିପାରୁନାହାନ୍ତି ସେ।
ସେପଟେ ମୃତ୍ୟୁ ସମୟରେ ରୁଚିସ୍ମିତାଙ୍କ ଶବରେ ଝୁଲୁଥିଲା ଇଅରଫୋନ। ଆତ୍ମହତ୍ୟା ଆଗରୁ କାହା ସହ କଥା ହୋଇଥିଲେ କି ରୁଚିସ୍ମିତା? ରୁଚିସ୍ମିତାଙ୍କ ଡିପ୍ରେସନର କାରଣ କ’ଣ ? ଏନେଇ ଖୋଳତାଡ଼ କରୁଛି ପୁଲିସ। କିନ୍ତୁ ରୁଚିସ୍ମିତା ଫିଲ୍ମ ହିରୋଇନ ହେବ ପାଇଁ ସ୍ବପ୍ନ ଦେଖୁଥିଲେ। ଆଲବମରେ ମଧ୍ୟ ଅଭିନୟ କରୁଥିଲେ। ବିଶେଷ ଭାବରେ ବିଭିନ୍ନ ଷ୍ଟେଜ ସୋ’ରେ ସୁନ୍ଦର ସୁନ୍ଦର ଭଜନ ଗାଉଥିଲେ ରୁଚିସ୍ମିତା। କୌଣସି ସାଙ୍ଗ ସାଥି ରୁଚିସ୍ମିତା ଡିପ୍ରେସନରେ ଥିବା କେବେ ଅନୁଭବ କରିନାହାନ୍ତି। ତେଣୁ ଏବେ ବି ଜାରି ରହିଛି ରୁଚିସ୍ମିତା ସୁଇସାଇଡ ସସ୍ପେନ୍ସ।

ସୂଚନାଯୋଗ୍ୟ, ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଝୁଲନ୍ତା ଶବ ବଲାଙ୍ଗୀର ସହର ସୁଦପଡ଼ାସ୍ଥିତ ତାଙ୍କ ମାମୁଘରୁ ରବିବାର ଉଦ୍ଧାର କରାଯାଇଥିଲା। ଏହି ଘଟଣା ବଲାଙ୍ଗୀର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଏକ କୋଠରିରେ ରୁଚିସ୍ମିତା ଝୁଲି ପଡ଼ିଥିବା ସମ୍ପର୍କରେ ମାମୁଘର ଲୋକେ ପୁଲିସକୁ ଖବର ଦେଇଥିଲେ। ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ରୁଚିସ୍ମିତା କିଛି ଆଲବମରେ ଅଭିନୟ କରିଥିବା ବେଳେ ଜଣେ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ଭାବରେ ବେଶ୍‌ ଜଣାଶୁଣା। ସେ ଷ୍ଟେଜ୍‌ ସୋ’ ମଧ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *