Spread the love

ବରଗଡ଼ : ଔଷଧୀୟ ଗଛରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବବିବିଧତା ଐତିହ୍ୟ ସ୍ଥଳ ମାନ୍ୟତା। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା ହୋଇଛିା ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି ଐତିହ୍ୟ ପାହାଡ଼ରେ ରହିଛି ପ୍ରଚୁର ପରିମାଣର ଔଷଧୀୟ ବୃକ୍ଷ।
କାହିଁ କେଉଁ କାଳଠୁ ଏହି ପାହାଡ଼ରେ ଆୟୁବୈଦିକ ଔଷଧୀୟ ଗଛ ସହ ଶହ ଶହ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ରହିଛି। ଏଥିରେ ୧୦୫୫ ପ୍ରଜାତିର ବୃକ୍ଷଲତା ଓ ୫୦୦ ପ୍ରକାରର ପ୍ରାଣୀ ଥିବା ଜଣାପଡ଼ିଛି। ୧୦୫୫ ପ୍ରଜାତିର ବୃକ୍ଷ ମଧ୍ୟରେ ୮୪୯ ପ୍ରକାର ଫୁଲ ଗଛର ସନ୍ଧାନ ମଳିଥିବାବେଳେ ଏଥରେ ବୁଦା ଜାତୀୟ ଗଛ, ଗୁଳ୍ମ ଓ ବିଭିନ୍ନ ପ୍ରକାର ଲତା ସମେତ ପ୍ରାୟ ୩୦୦ ପ୍ରକାର ଔଷଧୀୟ ଗଛ ଥିବା ନେଇ ଜଣାପଡ଼ିଛି।
ସେହିପରି ୪୩ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରିସୃୃପ, ୧୧୮ ପ୍ରକାର ପ୍ରଜାପତି, ୮୩ ପ୍ରକାର ବୁଢ଼ିଆଣି ଓ ୧୮ ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ମଧ୍ୟ ଅଛନ୍ତି।ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ ଏହି ପର୍ବତରେ ପ୍ରାୟ ୫୦୦ ପ୍ରଜାତିର ଔଷଧୀୟ ଗୁଣଯୁକ୍ତ ଗଛ ଅଛି। ଏହାକୁ ‘ଆୟୁର୍ବେଦର ସ୍ୱର୍ଗ’ ଭାବେ ସ୍ଥାନୀୟ ଲୋକେ ଗ୍ରହଣ କରୁଥିବା ବେଳେ ଅନେକ ରୋଗର ମୁକ୍ତି ପାଇଁ ଏଠାରୁ ଔଷଧ ସଂଗ୍ରହ କରୁଥିବା କହିଛନ୍ତି।ଦିଶାରୀମାନେ ଏଠାରୁ ବିଭିନ୍ନ ଗଛ ଲତା ଆଣି ଲୋକଙ୍କ ଚିକିତ୍ସାରେ ଲଗାଉଛନ୍ତି।
ସେହିପରି ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବି ବେଶ ଗୁରୁତ୍ୱବହନ କରେ ଗନ୍ଧମାର୍ଦ୍ଦନ। ଏହାର ଗୋଟିଏ ପଟେ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଓ ଅନ୍ୟପଟେ ହରିଶଙ୍କର ମନ୍ଦିର ରହିଛିା ପ୍ରତିଥର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ଏଠି ହୁଏା
ବହୁ ବର୍ଷରୁ ଗନ୍ଧମାର୍ଦ୍ଦନକୁ ବାୟୋଡାଇଭରସିଟି ହେରିଟେଜ୍ ସାଇଟ୍ ମାନ୍ୟତା ପାଇଁ ଦାବି ହେଉଥିଲା। ଏହାପୂର୍ବରୁ କନ୍ଧମାଳର ମଣ୍ଡାସୁରୁ ଓ ଗଜପତିର ମହେନ୍ଦ୍ରଗିରିକୁ ମିଳିଛି ଏହି ମାନ୍ୟତା।

Leave a Reply

Your email address will not be published. Required fields are marked *