Spread the love

ଯାଜପୁର: ଦୁଇ ଅନାଥ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବିଦେଶୀ ଦମ୍ପତି। ଯାଜପୁର ଜିଲ୍ଲା ବଡ଼ଚଣାର ବୁଢ଼ାକେନ୍ଦୁଆସ୍ଥିତ ନେସନ୍ ଅନୁଷ୍ଠାନରେ ପହଞ୍ଚିଥିଲେ ସୁଦୂର କର୍ଲିଫର୍ଣିଆର ଡକ୍ଟର ଦମ୍ପତି ଷ୍ଟିଫେନ ଥାଡିଅସ ଓ ଫତିମା ନଥାନ ଫଙ୍କ। ଉଭୟ ଦମ୍ପତି କାର୍ଲିଫର୍ଣ୍ଣିଆରେ ରହୁଥିବା ବେଳେ ଦୁଇ ବର୍ଷ ତଳୁ ଏହି ଅନୁଷ୍ଠାନରୁ ଦୁଇଟି ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଆବେଦନ କରିଥଲେ। ସରକାରୀ ଭାବରେ ଅନୁମତି ମିଳିବା ପରେ ନେସନ ଶିଶୁ ଯତ୍ନ କେନ୍ଦ୍ରରେ ପହଞ୍ଚିଥିଲେ। ଅନୁଷ୍ଠାନର ତତ୍ତ୍ୱାବଧାରକ ପ୍ରଦ୍ୟୁମ୍ନ ପାତ୍ର ତାଙ୍କୁ ସ୍ବାଗତ କରିବା ପରେ ଅନୁଷ୍ଠାନ ପରିସରରେ ଏକ ଭାବ ବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲେ।

ପିଲାଙ୍କ ଉଜ୍ବଳ ଭବିଷ୍ୟତ ଦେଖି ଅନୁଷ୍ଠାନର କର୍ମକର୍ତ୍ତା ଖୁସି ହେଉଥିବା ବେଳେ ସହପାଠୀ ମାନେ କିନ୍ତୁ ଆଖିରୁ ଲୁହ ଝରାଉଥିଲେ। ନେଶନ ପରିସରରେ ଦୀର୍ଘ ପାଞ୍ଚ ବର୍ଷ ହେବ ସ୍ନେହ ଶ୍ରଦ୍ଧା ପାଇ ବଢି ଆସିଥିବା ଝରଣା ଗାଗରାଇ ( ୧୧) ଓ ବାଦଲ ଗାଗରାଇ (୮) ଙ୍କୁ କୋଳେଇ ନେଇଥିଲେ ବିଦେଶୀ ଦମ୍ପତି। ବଡ଼ଚଣା ବ୍ଲକ ବୁଢ଼ାକେନ୍ଦୁଆ ଠାରେ ନେସନ ଅନୁଷ୍ଠାନ ଅନାଥ ପିଲାମାନଙ୍କ ଦାୟିତ୍ୱ ନେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଆସୁଛି।

Leave a Reply

Your email address will not be published. Required fields are marked *