Spread the love

ଭୁବନେଶ୍ୱର : ବରମୁଣ୍ଡାର ନିର୍ମାଣାଧୀନ ଇଣ୍ଟର ଷ୍ଟେଟ୍‌ ବସ୍‌ ଟର୍ମିନାଲ ISBT ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା । ୧୫.୫ ଏକର ଜାଗାରେ ଏହି ବସ ଟର୍ମିନାଲ ନିର୍ମାଣ କରାଯାଉଛି । ଅନ୍ତଃ ଓ ଆନ୍ତଃ ରାଜ୍ୟବସ୍‌ ଏହି ଟର୍ମିନସ ଦେଇ ଯା’ଆସ କରିବ ।

ଏହି ଟର୍ମିନସରୁ ଯାତ୍ରୀ ଘରୋଇ ବସ୍‌, ଓଏସ୍‌ଆରଟିସି ଓ କ୍ରୁଟ୍‌ ବସ ସେବା ପାଇ ପାରିବେ । ISBT ନିକଟରେ ବସ୍‌ ପାର୍କିଂ ସହ ଯାତ୍ରୀକୁ ନେବା ଆଣିବା କରିବାକୁ ଟ୍ୟାକ୍‌ସି ଓ ଘରୋଇ ଗାଡ଼ି ରହିବା ଲାଗି ସୁବିଧା ରହିବ ।

ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସହ ପରିବହନ କମିଶନର ଅରୁଣ ବୋଥ୍ରା, ଓଏସ୍‌ଆରଟିସି ଅଧ୍ୟକ୍ଷ ତଥା ଏମ୍‌ଡି ଦୀପ୍ତେଶ କୁମାର ପଟ୍ଟନାୟକ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ତଥା ଅନ୍ୟ ବରିଷ୍ଠ ଅଧିକାରୀ ବରମୁଣ୍ଡା ଯାଇ ISBT ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *