Spread the love

କଟକ : ଓଡ଼ିଶାର ସର୍ବପୁରାତନ କଟକ କ୍ଲବ୍‌ ପ୍ରଥମଥର ପାଇଁ ସଙ୍ଗୀତଭିତ୍ତିକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏପ୍ରିଲ୍‌ ୧ ତାରିଖ, ଉତ୍କଳ ଦିବସ ଅବସରରେ କ୍ଲବ୍‌ ପ୍ରାଙ୍ଗଣରେ ଗୀତ ଗାୟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ସମଗ୍ର ଓଡ଼ିଶାରୁ ୧୫ରୁ ୨୫ ବର୍ଷ ପର୍ଯ୍ୟନ୍ତ ଯୁବକ, ଯୁବତୀ ଏଥିରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ।
ଉଲ୍ଲେଖନୀୟ କଥା ହେଲା ଏହି ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯିବ। ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କାର ଅର୍ଥ ରାଶି ସହିତ ଭଏସ୍‌ ଅଫ ବାରବାଟୀ ଉପାଧି ପ୍ରଦାନ କରାଯିବ। ଦ୍ବିତୀୟ ଶ୍ରେଷ୍ଠ କଣ୍ଠ ଶିଳ୍ପୀଙ୍କୁ ୨୫ ହଜାର ଟଙ୍କାର ଅର୍ଥ ରାଶି ଓ ଉଦୀୟମାନ ଜଣ୍ଠ ଶିଳ୍ପୀଙ୍କୁ ୧୫ ହଜାର ଟଙ୍କା ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯିବ। କୌଣସି ଗାୟନ ପ୍ରତିଯୋଗିତାରେ ରାଜ୍ୟରେ ଏତେ ପରିମାଣର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯିବା ପ୍ରଥମ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ତେଣୁ ଓଡ଼ିଶାର କୋଣ ଅନୁକୋଣରୁ ପ୍ରତିଭାବାନ କଣ୍ଠ ଶିଳ୍ପୀ ଯୁବକ, ଯୁବତୀ ଏଥିରେ ଭାଗ ନେବା ପାଇଁ ଆୟୋଜନକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ହ୍ବାଟସଆପ୍‌ ନମ୍ବର ୭୯୭୮୨୬୭୬୫୦ରେ ୬୦ ସେକେଣ୍ଡରୁ ୯୦ ସେକେଣ୍ଡର ଏକ ଗୀତ (ଓଡ଼ିଆ କିମ୍ବା ହିନ୍ଦୀ) ଗାଇ ରେକର୍ଡିଂ କରି ପଠାଇବା ସହିତ ପ୍ରତିଯୋଗିତାରେ ଭାଗ ନେଇ ପାରିବେ। ନିଜର ଗୀତ ପଠାଇବାର ଶେଷ ତାରିଖ ମାର୍ଚ୍ଚ ୨୨ ତାରିଖ ରଖାଯାଇଛି। ଏହି ଗୀତରେ ନିଜର ନାମ, ବୟସ, ଠିକଣା ଓ ଫୋନ୍‌ ନମ୍ବର ମଧ୍ୟ ରେକର୍ଡ କରି ପଠାଇବାକୁ ପଡ଼ିବ। ପ୍ରତିଯୋଗିତା ସମ୍ବନ୍ଧୀୟ ଅଧିକ ସୂଚନା ଜାଣିବା ପାଇଁ ଫୋନ୍‌ ନମ୍ବର ୭୯୭୮୨୬୭୬୫୦ରେ ଦିନ ୧୦ଟାରୁ ୨ଟା ଓ ସଂଧ୍ୟା ୬ଟାରୁ ୯ଟା ମଧ୍ୟରେ ଫୋନ୍‌ କରି ଜାଣିପାରିବେ ବୋଲି ସଂପାଦକ ଯଶୋବନ୍ତ ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *