Spread the love

ଅହମଦାବାଦ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆୟୋଜିତ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ୍‌ ମ୍ୟାଚ୍‌ ଟସ୍‌ ଜିଣି ପ୍ରଥମେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି।
ସଦ୍ୟତମ ସୂଚନା ଅନୁସାରେ, ସମ୍ପ୍ରତି ଅଷ୍ଟ୍ରେଲିଆ ଏକ ଓଭର୍‌ ଖେଳି ୧୦ ରନ୍‌ ସଂଗ୍ରହ କରିଛି। ଓପେନର୍‌ ଭାବେ ଖେଳୁଛନ୍ତି ଉସ୍‌ମାନ୍‌ ଖାୱାଜା ଏବଂ ଟ୍ରେଭିସ୍‌ ହେଡ୍‌।
ଉଲ୍ଲେଖଯୋଗ୍ୟ, ଆଜିର ଏହି କ୍ରିକେଟ୍‌ ମ୍ୟାଚ୍‌କୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକତ୍ର ବସି ଦେଖୁଛନ୍ତି। ସେଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନ୍‌ସି ଅତିଥି ରୂପେ ଷ୍ଟାଡିୟମ୍‌ରେ ପହଞ୍ଚିଯାଇଥିଲେ।
ଭାରତୀୟ ସଂସ୍କୃତିକୁ ପ୍ରତିପାଦନ କରୁଥିବା ଏକ ସୁନ୍ଦର କଳାକୃତି ଉପହାର ଦେଇ ‘ବିସିସିଆଇ’ ଅଧ୍ୟକ୍ଷ ରୋଜର୍‌ ବିନ୍ନି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନ୍‌ସିଙ୍କୁ ସ୍ବାଗତ କରିଛନ୍ତି।
ସେହିପରି, ଭାତର ଅଧିନାୟକ ରୋହତି ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟଭ୍‌ ସ୍ମିଥ୍‌ଙ୍କୁ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବେନ୍‌ସି ‘କ୍ୟାପ୍‌’ ପ୍ରଦାନ କରିଛନ୍ତି।
ଆଜି ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ୍‌ ଆୟେର୍‌, ଶ୍ରୀକର ଭାରତ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜା‌ଦେଜା, ଅକ୍ଷର ପଟେଲ୍‌, ରବିଚନ୍ଦ୍ରନ୍‌ ଅଶ୍ବିନ, ମହମ୍ମଦ ଶାମି ଏବଂ ଉମେଶ ଯାଦବ।
ସେହିପରି, ଅଷ୍ଟ୍ରେଲିଆ ଟିମ୍‌ରେ ଖେଳୁଛନ୍ତି, ଟ୍ରେଭିସ୍‌ ହେଡ୍‌, ଉସ୍‌ମାନ୍‌ ଖାୱାଜା, ମାର୍ଣ୍ଣସ୍‌ ଲାବୁସ୍‌ଚେନ୍‌, ଷ୍ଟିଭେନ୍‌ ସ୍ମିଥ୍‌ (ଅଧିନାୟକ), ପିଟର୍‌ ହ୍ୟାଣ୍ଡସ୍‌କମ୍‌, ‌କ୍ୟାମେରନ୍‌ ଗ୍ରିନ୍‌, ଆଲେକ୍ସ୍‌ କ୍ୟାରେ (ୱିକେଟ୍‌ରକ୍ଷକ), ମିସେଲ୍‌ ଷ୍ଟାର୍କ, ନାଥନ୍‌ ଲିୟନ୍‌, ଟଡ୍‌ ମର୍ଫି ଏବଂ ମ୍ୟାଥ୍ୟୁ କୁନେମାନ୍।

Leave a Reply

Your email address will not be published. Required fields are marked *