Spread the love

ଜୟପୁର : ହୋଲି ଖେଳକୁ ନେଇ ଲାଗୁ ହେଲା କଟକଣା। ପ୍ରଶାସନ ଜାରି କଲେ ୧୪୪ ଧାରା। ରାଜସ୍ଥାନର ବାଡମୋରାରେ ହୋଲିକୁ ନେଇ ନିଆଯାଇଥିବା ଏଭଳି ଏକ ନିଷ୍ପତ୍ତିକୁ ନେଇ ବିବାଦ ଘନେଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଏଠାରେ ୧୪୪ ଧାରା ଲାଗୁ କରାଯାଇଛି। ଧାର୍ମିକ ଭାବନାକୁ ଆଘାତ ଦେଲା ଭଳି ରଙ୍ଗ ଖେଳିବା ଉଚିତ ନୁହେଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେପଟେ ରାଜସ୍ଥାନ ସରକାରଙ୍କ ଏହି ନିର୍ଦ୍ଦେଶକୁ ବିଜେପି ବିରୋଧ କରିଛି।
ରାଜସ୍ଥାନର ବିଜେପି ନେତା ରାଜେନ୍ଦ୍ର ସିଂହ ରାଠୋର୍ ବିରୋଧ କରିବା ସହ ଗେହଲଟ୍ ସରକାରଙ୍କୁ ହିନ୍ଦୁ ବିରୋଧୀ ବୋଲି କହିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଳଙ୍କ ବୋଲି କହିବା ସହ ଏନେଇ ଜବାବ ମାଗିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜସ୍ଥାନୀ ଝୁଞ୍ଝୁନୁ ଓ ବାଂସବାଡା ପରେ ଏବେ ହୋଲିକୁ ଦୃଷ୍ଟିରେ ରଖି ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ସୀମାରେ ସ୍ଥିତ ବାଡମୋରା ଜିଲ୍ଲାରେ ଧାରା ୧୪୪ ଲାଗୁ ହୋଇଛି। ମାର୍ଚ୍ଚ ୨ରୁ ୧୪ ଯାଏ ଏଠାରେ ୧୪୪ ଲାଗୁ କରାଯାଇଛି।
ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକେ ଏକାଠି ହେବାକୁ ନେଇ କଟକଣା ଜାରି କରାଯାଇଛି। ହୋଲି ସମୟରେ ଗୀତ ବଜାଇବା ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଧାର୍ମିକ ଭାବନାକୁ ଆଘାତ କରୁଥିବା ରଙ୍ଗକୁ ଏଡ଼ାଇବା ପାଇଁ ନିବେଦନ ମଧ୍ୟ କରାଯାଇଛି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଅସ୍ତ୍ରଶସ୍ତ୍ର ପରିବହନ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *