Spread the love

ନୂଆଦିଲ୍ଲୀ: ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବାରୁ ଦିଲ୍ଲୀର ଏକ ସ୍କୁଲ ବିରୋଧରେ ମାମଲା ରୁଜୁ। ଶନିବାର ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଦିଲ୍ଲୀ ସରକାରୀ ବିଦ୍ୟାଳୟର ଫାଟକରେ ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ଏକ ବ୍ୟାନର ଲଗାଯାଇଥିବାରୁ ଦିଲ୍ଲୀ ପୁଲିସ ମାମଲା ଦାୟର କରିଛି।
ଶୁକ୍ରବାର ସକାଳେ ବ୍ୟାନର ଲଗାଯିବା ପରେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ ଏବଂ ଏହା ପରେ ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସ୍ଥାନୀୟ ବାସିନ୍ଦା ଦିବାକର ପାଣ୍ଡେ ଏନେଇ ଅଭିଯୋଗ କରିବା ପରେ ଶାସ୍ତ୍ରୀ ପାର୍କ ପୁଲିସ ଷ୍ଟେସନରେ ଦିଲ୍ଲୀ ପ୍ରିଭେନସନ୍ ଅଫ୍ ପ୍ରପର୍ଟି ଆକ୍ଟର ଧାରା ୩ ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରିଛି।

ଦିବାକର ପାଣ୍ଡେଙ୍କ ଅଭିଯୋଗ ମୁତାବକ, “ମାର୍ଚ୍ଚ ୩ରେ, ସକାଳ ୮-୮.୩୦ ମଧ୍ୟରେ କିଛି ଆମ୍ ଆଦମୀ ପାର୍ଟି (ଆପ୍) କର୍ମୀ ଶାସ୍ତ୍ରୀ ପାର୍କରେ ଥିବା ସରକାରୀ ବିଦ୍ୟାଳୟର ଫାଟକରେ ଏହି ବ୍ୟାନର ଲଗାଇଥିଲେ। ପ୍ରଥମେ ସେମାନେ ସ୍କୁଲରୁ ଏକ ଡେସ୍କ ବାହାର କରିଥିଲେ। ଏହାକୁ ବାହାରକୁ ଆଣି ଏହା ଉପରେ ଚଢ଼ିବା ସହ ଗେଟ୍ ଉପରେ ‘ଆଇ ଲଭ୍ ମନୀଷ ସିସୋଦିଆ’ ଲେଖାଥିବା ବ୍ୟାନର ଲଗାଇବା ଆରମ୍ଭ କରିଥିଲେ। ଏହା ଦେଖି ଲୋକମାନେ ବିରୋଧ କରି କହିଥିଲେ ଯେ ଏହା ଏକ ଶିକ୍ଷା ମନ୍ଦିର, ଏହାକୁ ରାଜନୀତିଠାରୁ ଦୂରରେ ରଖ। କିନ୍ତୁ ସେମାନେ ନଶୁଣି ବ୍ୟାନର ଲଗାଇ ଚାଲିଯାଇଥିଲେ।”

Leave a Reply

Your email address will not be published. Required fields are marked *