Spread the love

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତରବl କନ୍ୟାଶ୍ରମରେ ଝାଡ଼ାବାନ୍ତି। ଝାଡ଼ାବାନ୍ତି ରେ ୧୧ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ଗୁରୁତର ଥିବାରୁ ଚିକିତ୍ସା ପାଇଁ ମୋହନା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ସେମାନେ ହେଲେ ଆଶା ମଲ୍ଲିକ, ପ୍ରିୟଙ୍କା ମଲ୍ଲିକ, ସେବନି ଶବର, ନୟ ସ୍ମିତା ରାଇକା, ପନିନl ଶବର ଓ ସେବତୀ ମଲ୍ଲିକ ।

ମିଳିଥିବା ସୂଚନା ପ୍ରକାରେ ଗୁରୁବାର କନ୍ୟାଶ୍ରମ ଛାତ୍ରୀ ମାନେ ସବୁ ଦିନଭଳି ସକାଳେ ଖାଦ୍ୟ ଖାଇ ୧୦ମ ଶ୍ରେଣୀ ଛାତ୍ରୀମାନେ ଶ୍ରେଣୀ ଗୃହକୁ ଯାଇଥିଲେ। ତେବେ କିଛି ସମୟ ପରେ ଧୀରେ ଧୀରେ ଛାତ୍ରୀମାନେ ଅସୁସ୍ଥ ହୋଇପଡିଲେ। ଏହା ପରେ ଛାତ୍ରୀ ମାନଙ୍କୁ ଝାଡାବାନ୍ତି ହୋଇଥିଲା। କନ୍ୟାଶ୍ରମରେ ଥିବା ସ୍ୱାସ୍ଥ୍ୟକର୍ମୀ ସେମାନଙ୍କୁ ଚିକିତ୍ସା କରିଥିଲେ । ହେଲେ ଗୁରୁତର ଅସୁସ୍ଥ ହେବା ଯୋଗୁଁ ୬ଜଣ ଛାତ୍ରୀଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି କନ୍ୟାଶ୍ରମ କର୍ତ୍ତୃପକ୍ଷ। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *