Spread the love

ଭୁବନେଶ୍ବର: ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୩ରୁ ୫ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ମାର୍ଚ୍ଚ ମାସରୁ ସ୍ୱାଭାବିକଠାରୁ ଅଧିକ ତାତି ପରିଲକ୍ଷିତ ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଏଥିରେ କୁହାଯାଇଛି ଯେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା।ରାଜ୍ୟରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରାଜ୍ୟର ଅଧିକାଂଶ ସ୍ଥାନରେ ୫୦% ରୁ ଯଥେଷ୍ଟ ଅଧିକ ରହିଛି।
ଉଲ୍ଲେଖଯୋଗ୍ୟ, ୧୯୦୧ ରୁ ୨୦୨୩ ମଧ୍ୟରେ ଅର୍ଥାତ ଗତ ୧୨୩ ବର୍ଷ ମଧ୍ୟରେ ଚଳିତ ଫେବ୍ରୁଆରି ସର୍ବୋଚ୍ଚ ଦିନ ତାପମାତ୍ରା ଦୃଷ୍ଟିରୁ ସବୁଠାରୁ ଉତ୍ତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି।
ଏଣେ ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାଲକାନଗିରି ଓ ନୟାଗଡ଼ରେ ୩୭, ସୋନପୁରରେ ୩୬.୯, ଅନୁଗୁଳରେ ୩୬.୭, ଭୁବନେଶ୍ବରରେ ୩୬.୬ ଡିଗ୍ରି ରହିଥିଲା। କୋରାପୁଟ ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *