Spread the love

ଭୁବନେଶ୍ବର : ଆଜି ଦାଦନ ଶ୍ରମିକ ସମ୍ପର୍କରେ ବିଧାୟକ ମନୋହର ରାନ୍ଧାରୀ ପଚାରିଥିବା ପ୍ରଶ୍ନର ଉତ୍ତର ବିଧାନସଭାରେ ଦେଇଥିଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଶ୍ରୀ ରାନ୍ଧାରୀ ପଚାରୀ ଥିଲେ ରାଜ୍ୟରୁ କେତେ ଲୋକ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ? କେଉଁ କେଉଁ ରାଜ୍ୟରେ କି ପ୍ରକାର କାମ କରୁଛନ୍ତି ? ସେମାନଙ୍କ ମାସିକ ରୋଜଗାର କେତେ? କେଉଁ ଜିଲ୍ଲାରୁ କେତେ ବେକାର ଯୁବକଯୁବତୀ ଦାଦନ ଖଟିବାକୁ ଯାଉଛନ୍ତି? ଓଡ଼ିଶାର ପିଲାମାନେ କ’ଣ ପାଇଁ ଆମ ରାଜ୍ୟରେ କାମ ପାଉନାହାନ୍ତି? ଅନ୍ୟ ରାଜ୍ୟରେ ସେମାନେ କିପରି କାମ ପାଉଛନ୍ତି? ରାଜ୍ୟର ଭିତ୍ତିଭୂମି କିପରି ଅଛି?
ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଜଣାଇଛନ୍ତି, ବିଗତ ବର୍ଷ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ(ନିଯୁକ୍ତି ନିୟନ୍ତ୍ରଣ ଓ ସେବାସର୍ତ୍ତ) ଆଇନ୍ ଅନ୍ତର୍ଗତ ୩୨୮ ଜଣ ଠିକାଦାରଙ୍କୁ ୧୯ ହଜାର ୨୮୪ ଜଣ ପ୍ରବାସୀ ଶ୍ରମିକଙ୍କ ନିୟୋଜନ ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଛି। ସେମାନେ ମୁଖ୍ୟତଃ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଗୁଜୁରାଟ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟରେ ବିଭିନ୍ନ ଇଟାଭାଟି ବା ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅନ୍ୟ ପ୍ରଶ୍ନର ଉତ୍ତର ଶ୍ରମ ବିଭାଗ ନିକଟରେ ନାହିଁ।
ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସରକାର ଦାଦନ ଶ୍ରମିକଙ୍କ ସମ୍ପର୍କରେ ନା ଖବର ରଖୁଛନ୍ତି, ନା ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି।

Leave a Reply

Your email address will not be published. Required fields are marked *