Spread the love

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ସିବିଆଇ ରବିବାର ଗିରଫ କରଥିଲା। ଆଜି ସିସୋଦିଆ ଦିଲ୍ଲୀ ସରକାରର ସମସ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ ଓ ସେ ଏହାକୁ ମଧ୍ୟ ଗ୍ରହଣ କରି ନେଇଛନ୍ତି। ଏବେ ସିସୋଦିଆଙ୍କ ପାଖରେ ୧୮ଟି ବିଭାଗର ଦାୟିତ୍ୱ ମନ୍ତ୍ରୀ କୈଳାସ ଗହଲଟ ଓ ରାଜ କୁମାର ଆନନ୍ଦ ସମ୍ଭାଳିବେ।
ଏବେ କେଜ୍ରିୱାଲ ନିଜ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବା ମୁଡରେ ନାହାନ୍ତି। ତେଣୁ କ୍ୟାବିନେଟରେ ଥିବା ୨ ଜଣ ବରିଷ୍ଠ ସଦସ୍ୟଙ୍କୁ ସିସୋଦିଆଙ୍କ ପାଖରେ ରହିଥିବା ବିଭାଗ ଗୁଡ଼ିକର ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ପଡ଼ିବ।
ସିସୋଦିଆଙ୍କ ବ୍ୟତୀତ ୧୦ ମାସ ତଳେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ଜୈନ ମଧ୍ୟ ମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ଏହି ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଦିଲ୍ଲୀ କ୍ୟାବିନେଟରେ କେଜ୍ରିୱାଲଙ୍କୁ ମିଶାଇ ମୋଟ ୫ ଜଣ ସଦସ୍ୟ ରହିଛନ୍ତି।
ସିସୋଦିଆ ଦିଲ୍ଲୀର ଶିକ୍ଷା ବିଭାଗ ସହ ୧୮ଟି ବିଭାଗର ଦାୟିତ୍ୱରେ ଥିଲେ। କେଜ୍ରିୱାଲଙ୍କ ପରେ ଆପର ନଂ ୨ ଭାବେ ଜଣାଶୁଣା ସିସୋଦିଆଙ୍କ ପାଖରେ କେଉଁ ସବୁ ବିଭାଗ ଥିଲା ଜାଣନ୍ତୁ-
ଶିକ୍ଷା, ଅର୍ଥ, ଯୋଜନା, ଜମି ଓ ବିଲଡିଂ, ଭିଜିଲାନ୍ସ, ସେବା, ପର୍ଯ୍ୟଟନ, କଳା, ସଂସ୍କୃତି ଓ ଭାଷା, ଶ୍ରମ, ନିଯୁକ୍ତି, ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ, ଶିଳ୍ପ, ବିଜୁଳି, ଗୃହ, ନଗର ଉନ୍ନୟନ, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ ଏବଂ ଜଳ ଯୋଗାଣ।

Leave a Reply

Your email address will not be published. Required fields are marked *