Spread the love

ନୂଆପଡ଼ା: ନୂଆପଡ଼ାସ୍ଥିତ ଏକଲବ୍ୟ ମଡେଲ ସ୍କୁଲରେ କାର୍ଯ୍ୟରତ ଜଣେ ଏଏନଏମ୍‌ଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡିଛନ୍ତି ସେହି ସ୍କୁଲର ଅଧ୍ୟକ୍ଷ । ସିବିଆଇ ପକ୍ଷରୁ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଏଏନଏମଙ୍କ ଚାକିରି କାଳ ବଢାଇବା ପାଇଁ ସମ୍ପୃକ୍ତ ଅଧ୍ୟକ୍ଷ ଜଣକ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ମୂଲଚାଲ ପରେ ଏହି ଟଙ୍କା ୧୨ ହଜାରକୁ ଛିଣ୍ଡିଥିଲା । ଏ ନେଇ ଏଏନଏମ ଜଣକ ସିବିଆଇରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ବୁଧାବାର ଏଏନଏମ ଜଣକ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଲାଞ୍ଚ ବାବଦରେ ୧୨,୦୦୦ ଟଙ୍କା ଦେଉଥିବା ବେଳେ ସିବିଆଇ ତାଙ୍କୁ ଧରିଥିଲା । ଏ ନେଇ ସମ୍ପୃକ୍ତ ଅଧ୍ୟକ୍ଷଙ୍କ ନାମରେ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *