ଆଠଗଡ଼: ଆଠଗଡ଼ରେ ପଶିଲା ବନ୍ୟା ପାଣି । ବୁଡ଼ିଲା ହୁଳୁହୁଳା ପୋଲ । ହୁଳହୁଳା ପୋଲ ଉପରେ ତିନି ଫୁଟର ବନ୍ୟାଜଳ । ଉତ୍ତର ବାଙ୍କୀରୁ ତିଗିରିଆକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ ହୋଇଯାଇଛି । ଉତ୍ତର ବାଙ୍କୀର ୧୦ରୁ ଅଧିକ ଗାଁ ସହିତ ତିଗିରିଆର ୧୦ଟି ଗାଁ ଏବେ ବାଙ୍କୀ ଅଂଚଳରୁ ସମ୍ପୂର୍ଣ ଭାବେ ଯୋଗାଯୋଗ ବିଛିନ୍ନ ହୋଇଛି । ଧୀରେ ଧୀରେ ବନ୍ୟା ପାଣି ବଢିବା ସହିତ ଖୟକ୍ଷତିକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାରେ ଅଛନ୍ତି। ଅନ୍ୟପଟେ, ବନ୍ୟାଜଳ ଆହୁରି ବଢ଼ିଲେ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି ।
ବିଶେଷକରି ଘରଦ୍ୱାର, ଚାଷଜମି ଓ ରାସ୍ତାଘାଟ ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଲୋକେ ଚିନ୍ତିତ ଅଛନ୍ତି । ବନ୍ୟା ପରିସ୍ଥିତି ଯୋଗୁଁ ଯାତାୟାତ ବନ୍ଦ ହୋଇଥିବାରୁ ଲୋକମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଥିବା ବେଳେ ବନ୍ୟା ପାଣିର ସ୍ଥିତି ଓ ଜଳସ୍ତର ବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ଲାଗିରହିଛି। ବନ୍ୟାଜଳ କମିବା ପର୍ଯ୍ୟନ୍ତ ପୋଲ ଉପରେ ଯାତାୟାତ ନକରିବାକୁ ସତର୍କତା ଜାରି କରାଯିବା ଆବଶ୍ୟକ।