Spread the love

ଗୁଣପୁର: ପାଇଖାନା ଟାଙ୍କି ନେଲା ୩ ଜୀବନ । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଅଘଟଣ । ନୂଆ କରି ତିଆରି ହୋଇଥିବା ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ୱନାଥ ବାରିକଙ୍କ ପାଇଖାନା ଟାଙ୍କି ସଫା କରିବା ଏବଂ ସେଣ୍ଟ୍ରିଙ୍ଗ ବାହାର କରିବା ପାଇଁ ଜଣଙ୍କ ପରେ ଜଣେ ଟାଙ୍କି ଭିତରକୁ ଓହ୍ଲାଇଥିଲେ । ହେଲେ ଟାଙ୍କି ଭିତରେ ସେମାନେ ଶ୍ୱାସରୁଦ୍ଧ ହୋଇଥିବା ଜଣାପଡ଼ିଛି ।

ମୃତକମାନେ ହେଲେ ପଦ୍ମପୁର ବ୍ଲକ ଜୀବଜଗତପୁର ଗାଁର ହରିଶ୍ଚନ୍ଦ୍ର ବୀର, ଆଲୋକ କରଡ଼ା ଏବଂ ପ୍ରକାଶ ଲିମା । ମୃତକଙ୍କ ମଧ୍ୟରେ ଜଣେ ମିସ୍ତ୍ରୀ ଥିବା ଜଣାପଡ଼ିଛି । ଘଟଣା ପରେ ପଦ୍ମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ତିନି ଜଣଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ତୁରନ୍ତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ଏହି ଅଘଟଣ କିଭଳି ଘଟିଲା, ଟାଙ୍କି ଭିତରେ କେଉଁ ପରିସ୍ଥିତିରେ ତିନି ଜଣ ଓହ୍ଲାଇଥିଲେ, ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *