Spread the love

ଭୁବନେଶ୍ୱର: ଭୁବନେଶ୍ୱରରେ କେତେ ସୁରକ୍ଷିତ ବିଭିନ୍ନ ବିଲ୍ଡିଂ । ଦିଲ୍ଲୀ PG ଟ୍ରାଜେଡି ପରେ ରାଜଧାନୀରେ ଭଙ୍ଗାଯିବ ଅସୁରକ୍ଷିତ କୋଠା । ଅସୁରକ୍ଷିତ ବିଲ୍ଡିଙ୍ଗ ଯାଞ୍ଚ କରିବାକୁ ଗଠନ ହୋଇଛି ସ୍ବତନ୍ତ୍ର କମିଟି । ୧୫ ଦିନ ଭିତରେ ରିପୋର୍ଟ ଦେବ କମିଟି । ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୋଠା ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅସୁରକ୍ଷିତ ସରକାରୀ ଏବଂ ବେସରକାରୀ କୋଠା ଅନୁଧ୍ୟାନ କରାଯାଇ ନୋଟିସ କରାଯିବ । ବିଶେଷକରି କଟକ ଓ ପୁରୀ ଉପରେ ଫୋକସ୍ ପାଇଁ ପରାମର୍ଶ ରହିଛି । ଯାଞ୍ଚକାରୀ ଦଳ ସନ୍ଦେହଜନକ ବିପଦପୂର୍ଣ୍ଣ କୋଠାଗୁଡ଼ିକର ବିସ୍ତୃତ ଯାଞ୍ଚ କରିବ । ନଗର ଉନ୍ନୟନ ବିଭାଗର କୋଠା ଦୁର୍ବଳ ଥିଲେ ତାକୁ ଭଙ୍ଗାଯାଇ ନୂଆ ନିର୍ମାଣ କରାଯିବ । ଅନ୍ୟ ବିଭାଗର ସରକାରୀ କୋଠା ସେପରି ଥିଲେ ସମ୍ପୃକ୍ତ ବିଭାଗକୁ ଅବଗତ କରାଯିବ । ବେସରକାରୀ ହେଲେ ମଧ୍ୟ ସେମାନଙ୍କୁ ନୋଟିସ କରାଯିବ । ତେବେ ଯେଉଁ ଅସୁରକ୍ଷିତ କୋଠା ଆମ ବିଭାଗ ଅଧୀନରେ ଆସିବ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଯଦି ସେଗୁଡ଼ିକ ଅନ୍ୟ ବିଭାଗର ତେବେ ଆମେ ସେମାନଙ୍କ ସହିତ ସମନ୍ୱୟ ରଖିବୁ ।  ଏପରିକି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *