Spread the love

ବାଲେଶ୍ବର: ବାଲେଶ୍ବରରେ ଓରାଙ୍ଗଉଟାନ । ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ୫ ଓରାଙ୍ଗଉଟାନ ଠାବ ହୋଇଛି । ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜୀବଗୁଡ଼ିକୁ ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଛି । ଦେଖିବାକୁ ଅବିକଳ ବଣମଣିଷ ଭଳି ।

ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖା ଯାଉନଥିବା ବେଳେ ବାଲେଶ୍ବର ଉଦୟପୁର ଜଙ୍ଗଲକୁ ୫ ଟି ଓରାଙ୍ଗଉଟାନ କୋଉଠୁ କେମିତି ଆସିଲେ ସେନେଇ ଅନୁଧ୍ୟାନ କରୁଛି ବନବିଭାଗ । ଖବର ପ୍ରସାରଣ ପରେ ବିଚିତ୍ରପୁର ଜଙ୍ଗଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ପରେ ବନବିଭାଗ କର୍ମଚାରୀ ପହଂଚି ୫ ଜୀବଙ୍କୁ ଉଦ୍ଧାର କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଗ୍ରାମାଞ୍ଚଳର ଏହି ଜଙ୍ଗଲରେ ଏଭଳି ଜୀବ ଆସିଲେ କେଉଁଠୁ ? କେହି ଏମାନଙ୍କୁ ପୋଷିଥିଲେ କି? କୌଣସି ସ୍ଥାନରୁ ଏମାନଙ୍କୁ ଏଠାକୁ ଅଣାଯାଇଥିଲା କି ? ବନବିଭାଗର ତଦନ୍ତ ପରେ ପ୍ରକୃତ ଜଣାପଡ଼ିବ ।

ସେପଟେ PCCF ପ୍ରେମ ଝା କହିଛନ୍ତି ଯେ, ବାଲେଶ୍ୱର ରଣକୋଠାରୁ ୫ ଓରାଙ୍ଗଉଟାନ ଠାବ କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । କେଉଁଠୁ ଆସିଲେ , କେମିତି ଆସିଲେ ତାହାର ତଦନ୍ତ କାରାଯିବ । ନନ୍ଦନକାନନରେ ତାଙ୍କୁ ରଖିବାକୁ ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *