ଆଠଗଡ଼: ନଦୀରେ ବୁଡ଼ିଗଲେ ୨ ଭାଇ । ଆଠଗଡ଼ରେ ସାପୁଆ ନଦୀରେ ମାଛ ଧରିବାକୁ ଯାଇ ବୁଡ଼ିଗଲେ ୨ ଭାଇ । ଖୋଜାଖୋଜି ପରେ ସାନଭାଇର ମୃତଦେହ ଉଦ୍ଧାର । ବର୍ତ୍ତମାନ ସୁଦ୍ଧା ନିଖୋଜ ବଡ଼ଭାଇଙ୍କ ପତ୍ତା ମିଳିପାରିନାହିଁ । ଅଗ୍ନିଶମ ବାହନୀ ଓ ଗ୍ରାମବାସୀଙ୍କ ଖୋଜାଖୋଜି ଜାରି ରହିଛି ।
ସୂଚନା ଅନୁସାରେ, ଦୁଇ ଭାଇ ସାପୁଆ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ । ତେବେ ମାଛ ଧରୁଥିବା ବେଳେ କୌଣସି କାରଣରୁ ଦୁହେଁ ନଦୀର ଗଭୀର ଜଳରେ ବୁଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଗ୍ରାମବାସୀମାନେ ତୁରନ୍ତ ନଦୀ କୂଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ନିଖୋଜ ବଡ଼ଭାଇଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରଖିଛି। ଅଗ୍ନିଶମ ବାହିନୀ ସହ ଗ୍ରାମବାସୀମାନେ ମଧ୍ୟ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି । ନଦୀରେ ପାଣିର ସ୍ରୋତ ଓ ଗଭୀରତା ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଥିବା ଜଣାପଡ଼ିଛି ।