Spread the love

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟନ୍ତଗିରିର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର । ଏହି ଭାଇରାଲ ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ। ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ ଏଆଇ ପ୍ରସ୍ତୁତ ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଏହି ମିଥ୍ୟା ଫଟୋ ଜରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ଅଭିଯୋଗରେ ବନ୍ଧା ହେଲେ ଦୁଇ ଯୁବକ । ଦୁଇ ଅଭିଯୁକ୍ତ ହେଲେ ବଡ଼ପଡ଼ା ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ବୋରିଗୁମା ଥାନାରେ ଜିମା ଦେଇଛନ୍ତି। ସେମାନଙ୍କ ନାମରେ ଆଇଟି ଆକ୍ଟ ଅନୁସାରେ, ମାମଲା ରୁଜୁ କରାଯାଇ ତଦନ୍ତ ହେବ।

ଗତ ୩୧ରେ ବଡ଼ପଡ଼ା ନଦୀ ପଠାରେ ଏକ ବିରାଟ କୁମ୍ଭୀର ଥିବା ନେଇ ଏକ ଫଟୋ ଭାଇରାଲ ହୋଇଥିଲା। କିଛି ଗଣମାଧ୍ୟମ ଏହି ଫଟୋକୁ ନେଇ ଖବର ପ୍ରସାରଣ ମଧ୍ୟ କରିଥିଲେ। ତେବେ ଖବର ପ୍ରସାରଣ ପରେ ବନ ବିଭାଗ ତଦନ୍ତ କରିଥିଲା। ପରେ ଜଣାପଡ଼ିଥିଲା ଯେ, ଏହା ଏଆଇ ଦ୍ୱାରା ମୋବାଇଲରେ ପ୍ରସ୍ତୁତ କରାଯାଇଥିବା ଏକ ଫଟୋ। ସୋସିଆଲ ମିଡିଆରେ ଭାଇରାଲ କରିଥିବା ୨ ଭାଇଙ୍କୁ ବନ ବିଭାଗ କାବୁ କରି ବୋରିଗୁମ୍ମା ପୋଲିସ ହାତରେ ଜିମା ଦେଇଛନ୍ତି । ପୋଲିସ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେଇଛି।

 

Leave a Reply

Your email address will not be published. Required fields are marked *