Spread the love

ଭୁବନେଶ୍ବର: ବରମୁଣ୍ଡାରେ ଏକ ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ । EVରେ ସର୍ଟସର୍କିଟରୁ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ଜଳିଗଲା CNG କାର, ୫ EV ଓ ୨ ପେଟ୍ରୋଲ୍ ଗାଡ଼ି ଜଳିଗଲା । ଭୁବନେଶ୍ୱର ବରମୁଣ୍ଡା କଲୋନୀ ନାକାଗେଟ୍ ଆନନ୍ଦ ବିହାରରେ ଥିବା ଏକ ଗ୍ୟାରେଜରେ ଘଟିଛି ଅଗ୍ନିକାଣ୍ଡ । EV ଗାଡ଼ିରେ ବିଦ୍ୟୁତ୍ ସର୍ଟସର୍କିଟ୍ ରୁ ନିଆଁ ଲାଗିଥିବା ସୂଚନା । ଘଟଣାର ଖବର ପାଇ ତମାଣ୍ଡୋ ଫାୟାର୍ ଷ୍ଟେସନ୍ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡ ଯୋଗୁଁ ଗ୍ୟାରେଜ ଭିତରେ ହଠାତ୍‌ ଧୂଆଁ ଓ ନିଆଁ ବ୍ୟାପିଯାଇଥିଲା।

ନିଆଁର ତୀବ୍ରତା ଦେଖି ଆଖପାଖ ଅଞ୍ଚଳରେ ମଧ୍ୟ ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ତମାଣ୍ଡୋ ଫାୟାର୍‌ ଷ୍ଟେସନ୍‌ର ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। EV ଗାଡ଼ିରେ ସର୍ଟସର୍କିଟ୍‌ ଯୋଗୁଁ ହିଁ ନିଆଁ ଲାଗିଥିଲା କି ଅନ୍ୟ କୌଣସି କାରଣ ରହିଛି, ତାହା ନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ପରିମାଣ ନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *