ସମ୍ବଲପୁର: ସମ୍ବଲପୁରରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି । ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମା’ ପାଟଣେଶ୍ୱରୀ ମନ୍ଦିର ପଛ ପଟେ ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ଘଟିଛି ଏହି ଜଘନ୍ୟ କାଣ୍ଡ । ଲୁଟ ଉଦ୍ୟମ ବେଳେ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରୁଛି ପୋଲିସ । ଲୁଟ ବିଫଳ ହେବାରୁ ଯୁବକମାନେ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ମୃତକଙ୍କ ପରିଚୟ ମିଳି ପାରିନାହିଁ । ମୃତଦେହକୁ ଜବତ କରିବା ସହ ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ହତ୍ୟା ଘଟଣା ସନ୍ଦେହରେ ଦୁଇ ଯୁବକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।
ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣ—ହତ୍ୟାକାଣ୍ଡ ପଛରେ କିଏ ଏବଂ କାହିଁକି ଏହି ଅପରାଧ ଘଟାଇଲା, ସେନେଇ ପୋଲିସ ଖୋଳତାଡ଼ କରୁଛି । ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ସହ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇପାରେ । ଅଟକ ଦୁଇ ଜଣଙ୍କୁ ଜେରା ପରେ ହତ୍ୟାର ଗୁମର ଖୋଲିବ ବୋଲି ଆଶା କରାଯାଉଛି । ଏବେ ସମସ୍ତଙ୍କ ନଜର ପୁଲିସ ତଦନ୍ତ ଉପରେ । ବ୍ୟକ୍ତିଙ୍କୁ କେଉଁ ପରିସ୍ଥିତିରେ ହତ୍ୟା କରାଗଲା ଏବଂ ଏହି ହତ୍ୟାକାଣ୍ଡ ପଛରେ ପ୍ରକୃତରେ କିଏ ଅଛନ୍ତି, ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।